କଟକ ଐତିହାସିକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ଏସସିବି ମେଡ଼ିକାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।