by Sulagna Mohanty
“ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ପ୍ରାପ୍ତି ନ କରିବା ଯାଏଁ କର୍ମକ୍ଷେତ୍ରରୁ ବିଚ୍ୟୁତ ହୁଅ ନାହିଁ ।” ଏହା ହଁ ଜୀବନ ଜିଇବାର ମାର୍ଗ । କାରଣ ଲକ୍ଷ୍ୟ ପ୍ରାପ୍ତି ନ ହେଲା ଯାଏଁ ସେ କାମ ସଂପୂର୍ଣ୍ଣ ହୁଏ ନାହିଁ । ଏହା ଥିଲା ବିବେକାନନ୍ଦଙ୍କ ବାଣୀ ।
ଯୁବଶକ୍ତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସାମାଜିକ ସମନ୍ବୟ ଆଣି ପାରିବେ। ଏଣୁ ଯୁବଶକ୍ତିର ବିକାଶ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ଯୁବପିଢ଼ି କିପରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତାକୁ ରେଖାଙ୍କିତ କରିବା ସହ ଯୁବକମାନଙ୍କ ସମସ୍ୟା ଓ ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୧୯୯୯ରେ ଜାତିସଂଘର ସାଧାରଣ ପରିଷଦ ‘ଅନ୍ତର୍ଜାତୀୟ ଯୁବ ଦିବସ’ ପ୍ରସ୍ତାବ ସ୍ବୀକାର କରିଥିଲା। ତେବେ ପ୍ରଥମ ଥର ପାଇଁ ଏହାକୁ ୨୦୦୦ ମସିହାରେ ପାଳନ କରାଯାଇଥିଲା। ସମସ୍ତ ଦେଶ ଯୁବ ଜନସଂଖ୍ୟା ଉପରେ ଧ୍ୟାନ ଦେବା ଉଚିତ। ଯୁବକଙ୍କ ଲାଗି ଉତ୍ତମ ସଂସ୍କାର,ଶିକ୍ଷା, ସଶକ୍ତିକରଣ ଲୋଡ଼ା। ସେମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଲେ ଦେଶ ସ୍ବାବଲମ୍ବୀ ହେବ। ସେମାନଙ୍କଠାରେ ଥିବା ଅସୀମ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏହି ଦିବସ ସ୍ମରଣ କରିଦିଏ।
The theme of the International Youth Day this year is ‘From Clicks to Progress: Youth Digital Pathways for Sustainable Development.’ Youngsters are at the forefront of digital adoption and technology.