Oplus_131072

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସବୁବେଳେ କ୍ରୀଡା ପ୍ରତି ଧ୍ୟାନ ଦେଇଆସୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ମଧ୍ୟ କ୍ରୀଡା ସମ୍ବନ୍ଧରେ ବଡ ବ୍ୟୟ ବରାଦ କରାଯାଇଛି। ବଜେଟ୍ ୨୦୨୪-୨୫ରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଫ୍ଲାଗସିପ୍ ପ୍ରକଳ୍ପ ଖେଲୋ ଇଣ୍ଡିଆ ପାଇଁ କ୍ରୀଡା ମନ୍ତ୍ରଣାଳୟକୁ ଏହି ଅର୍ଥ ପ୍ରଦାନ କରାଯାଇଛି।

ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩,୪୪୨.୩୨ କୋଟିରୁ ଖେଲୋ ଇଣ୍ଡିଆ ପାଇଁ ୯୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

Leave a Reply

Your email address will not be published. Required fields are marked *