Oplus_131072

ଢାକା,୫।୮: ପଡୋଶୀ ଦେଶ ବାଂଲାଦେଶରେ ହୋଇଥିବା ବିଶୃଙ୍ଖଳା ମଧ୍ୟରେ ସୋମବାର ଶେଖ ହସିନା କେବଳ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି ବରଂ ଦେଶ ମଧ୍ୟ ଛାଡିଦେଇଛନ୍ତି। ଏହି ସମୟରେ ଆଉ ଏକ ବଡ ଖବର ଆସିଛି । ସୋମବାର ସେନା ମୁଖ୍ୟ ସୂଚନା ଦେଇ କହିଛନ୍ତି, ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ସେନା ଦାୟିତ୍ୱ ସମ୍ଭାଳିବ। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେନା ମୁଖ୍ୟ କହିଛନ୍ତି, ୨୪ ରୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ସରକାର ଗଠନ ହେବ। ବର୍ତ୍ତମାନ ପରିସ୍ଥିତି ଚିନ୍ତାଜନକ ଏବଂ ଗମ୍ଭୀର ଅଟେ। ଏଭଳି ପରିସ୍ଥିତିରେ ଲୋକମାନେ ନିୟମ ଭାଙ୍ଗିବା ଉଚିତ୍‌ ନୁହେଁ।

Leave a Reply

Your email address will not be published. Required fields are marked *