Oplus_131072

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଲ୍ଲିକାପୁର ଦାଣ୍ଡିସାହି (ଯୋଗେଶ୍ୱର) ଗ୍ରାମର ବରିଷ୍ଠ ଶିକ୍ଷାବିତ, ପୂର୍ବତନ ପ୍ରଧାନ ଶିକ୍ଷକ, ସମାଜସେବୀ ହରେକୃଷ୍ଣ ମହାନ୍ତିଙ୍କର ଗତ ୨୫/୭/୨୪ ରିଖ ରାତି ୩ଘ.୦୫ ମିନିଟ ସମୟରେ ଇହଲିଳା ସମ୍ବରଣ କଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ପରିଜନ, ବନ୍ଧୁବର୍ଗ ଉପସ୍ଥିତ ଥିଲେ। ତାଙ୍କ ମୃଚ ଶରୀରକୁ ଗାଁ ଓ ବିଭିନ୍ନ ଅନୁଷ୍ଠାନ ପରିକ୍ରମା କରି ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଗଲା।ଶବାଧାରରେ ସହସ୍ରାଧିକ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେ ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ। ସେ ଯାଜପୁର ଅଞ୍ଚଳର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ପ୍ରଧାନ ଶିକ୍ଷକ ପଦବୀକୁ ଉନ୍ନୀତ ହୋଇ ନିଜ ଗ୍ରାମର ଜଗନ୍ନାଥ ଜୀଉ ଉ.ପ୍ରା. ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ପଦବୀରୁ ଅବସର ଗ୍ରହଣ କରିଥିଲେ। ଅବସର ସମୟରେ ସେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ତିଆରି କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ସର୍ବ ସାଧାରଣରେ ଶ୍ରଦ୍ଧାଭାଜନ ଥିଲେ। ସେ ଜଣେ ଇଶ୍ଵର ବିଶ୍ଵାସୀର ଓ ଆଧ୍ୟାତ୍ମିକବାଦ ବ୍ୟକ୍ତି ଥିଲେ ଗ୍ରାମର ମହାଦେବ ମନ୍ଦିର ଓ ଭଗବତୀ ମନ୍ଦିର ନିର୍ମାଣ ଓ ପୁନଃନିର୍ମାଣ କ୍ଷେତ୍ରରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ ରଖୁଥିଲେ। ତାଙ୍କ ବିୟୋଗରେ ପରିବାର ତଥା ଅଞ୍ଚଳର ଅପୂରଣୀୟ କ୍ଷତି ଘଟିଲା ବୋଲି ପୁତୁରା ରଞ୍ଜିତ ମହାନ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *