Oplus_131072

ନ୍ୟୁୟର୍କ: ହିଂସାଗ୍ରସ୍ତ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ ଜାରି ରହିଛି। ହିନ୍ଦୁଙ୍କ ଉପରେ ବହୁଳ ଭାବେ ଆକ୍ରମଣ ହେଉଥିବାରୁ ଏହାର ପ୍ରତିବାଦରେ ଜାତିସଂଘ ମୁଖ୍ୟାଳୟ ବାହାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ୱାସିଂଟନର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହିନ୍ଦୁଆକ୍ସନ’ କହିଛି ଯେ ସବୁ ବର୍ଗର ଲୋକ ସ୍ବତଃସ୍ଫୁର୍ତ୍ତ ଭାବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ତତ୍କାଳ ସୁରକ୍ଷା ଉପଲବ୍ଧ କରାଇବାକୁ ଜାତିସଂଘ ଓ ଆମେରିକାର ହସ୍ତକ୍ଷେପ ଦାବି କରିଥିଲେ। ନ୍ୟୁୟର୍କର ଅନ୍ୟ କେତେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ‘ହିନ୍ଦୁଆକ୍ସନ’ ପକ୍ଷରୁ କୁହାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ଯେଉଁଭଳି ହିଂସା ଚାଲିଛି ତାହା ମାନବତା ବିରୋଧରେ ବହୁତ ବଡ଼ ଅପରାଧ ଏବଂ ଏହାକୁ ସଭ୍ୟ ସମାଜ ବରଦାସ୍ତ କରିବ ନାହିଁ ବୋଲି ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *