ବାଲେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବାଲେଶ୍ୱର ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଭେନିଆ ପାରାଡାଇଜ୍‌ଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ତଥା ଯାଜପୁରର ବରିଷ୍ଠ ବିଜେପି ନେତା ଗୌତମ ରାୟ ଯୋଗଦେଇଥିଲେ।

ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପାର୍ଟିର ପତାକା ଉତ୍ତୋଳନ କରାଯାଇ ବୈଠକର ଶୁଭାରମ୍ଭ ହୋଇଥିଲା। ବୈଠକରେ ସାଂଗଠନିକ ମଜବୁତି, ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ଅଧିକ ସକ୍ରିୟ କରିବା ଏବଂ ଜନସେବାକୁ ଆହୁରି ଗତିଶୀଳ କରିବା ନେଇ ଆଲୋଚନା ହୋଇଥିଲା।

ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ମାନସ ଦତ୍ତ, ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ମହାପାତ୍ରଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ଓ ପଦାଧିକାରୀମାନେ ଯୋଗଦେଇଥିଲେ।

‘ସେବା ହିଁ ସଂଗଠନ’ ମନ୍ତ୍ରକୁ ଆଧାର କରି ଦଳକୁ ଆହୁରି ସୁଦୃଢ଼ କରିବା ସହ ଲୋକଙ୍କ ନିକଟରେ ନିରନ୍ତର ରହିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *