ବ୍ୟାସେ ଶୁଣୁଛ…
ରେବତୀ ର ରୂପେ ହେଇ ଜନ୍ମିଥିଲା ସେ….
ଆପଣଙ୍କ ଉପନ୍ୟାସ ର ପୁନଃରାବୃତ୍ତି
ଆଜି ସାରା ସମାଜ, ବିଶ୍ୱ ଦେଖୁଚ୍ଛି
ହତଭାଗ, ସ୍ତବ୍ଧ ଆଜି ମାନବ ଜାତି
ମୁଁ ଯେତେବେଳେ ଆପଣଙ୍କ ରେବତୀ ଉପନ୍ୟାସ ପଢ଼ିଥିଲି ଆଖିରୁ ଧାର, ଧାର ହୋଇ ଲୁହ ଗଡ଼ିଥିଲା ମୁଁ ସ୍ତବ୍ଧ ହୋଇଥିଲି, ଉପନ୍ୟାସ ଟି ଜୀବନ୍ତ ଲାଗିଥିଲା…
ସେ ଆଜି ପାଉଁଶ, ମନରେ କେତେ କୋହ ଥିବ ନ୍ୟାୟ ର ଭିକ ମାଗି ମାଗି l
ଆପଣଙ୍କ ନାମ ରେ ଥିବା ମହାବିଦ୍ୟାଳୟ ଆଜି କାନ୍ଥ ରେ ଲାଗିଛି ଅଗ୍ନି ର ଦାଗ,
ପୋଡା ଦେହ ର ଗନ୍ଧ ଆଜି
ସାରା ବାଲେଶ୍ୱର ଠୁ ଦିଲ୍ଲୀ ଯାଏଁ ପରିବ୍ୟାପ୍ତ..
ପଡ଼ିଯାଇଥିବା ପୋଡା ଚମଡା ଆଜି ପଞ୍ଚଭୂତ ରେ ଲିନ୍ନ..
ନିଜ ସତୀତ୍ତ୍ଵ କୁ ରକ୍ଷା କରିବାକୁ
ଦେଲା ସେ ଜୀବନ ବଳି,
ତା ଜୀବନ କୁ ଯେ ରାଜନୀତି କରି
ନେତା କରୁଛନ୍ତି କଳି।।
ବିଧାତା ସାଜୁଛି ଏ ଦୁଷ୍ଟ ମାନବ
ରଚୁଛି ମାର୍ମିକ ଗଳ୍ପ,
ଶିକ୍ଷକ ଲେଖୁଛି କଳା କଲମରେ
ଓଲଟାଇ ତା ପାପର ଫର୍ଦ୍ଦ।।
ଅଭିଜିତ ବେହେରା
ମୋ- ୮୨୪୯୫୦୬୨୮୪

