Oplus_131072

ତୁମ ପାଈଁ ବଡ଼ ଥିଲା ତୁମ ଅହଂକାର
ସୂର୍ଯ୍ୟାସ୍ତ ଟେ ମୁଁ କେଉଁ ଦୁର ଦିଗବଳୟର।

ତୁମ ପାଈଁ ଦେଇଥିଲି ସାଙ୍ଗ ସାଥୀ ଦୂରେଇ
ସତ କୁହ ଆଜି ତାଙ୍କୁ ପାରିବକୀ ଫେରେଇ।

ଜାଣେ ତମେ କିଛି ସର୍ତ୍ତ ପାରିବନି ପୁରା କରି।
ପାରିଥିଲେ କୀ ଯାଇଥାନ୍ତ ଅଧା ବାଟେ ଏକା କରି।

ଡାକୁଥିଲ ସେନେହରେ ବାବୁ ଧନ ବେବି
ସେଇ ଡାକ ସତେ କଣ ମୋ ସ୍ତ୍ରୀ ଠାରୁ ପାଇବି!!

ସବୁବେଳେ କୁହ ତମେ “ମୋ ଭଳି ପାଇବ ନାହିଁ”
ଆଜି କହୁଛି ମୁଁ “ତୁମ ଭଳି ହିଁ ଦରକାର ନାହିଁ”।

ଯଦି ଦେଖା ହୁଏ ଆକସ୍ମାତେ ଅଜାଣତେ
ଭୁଲରେ ବି କହିବନି ମତେ ପଦେ ଅଧେ ।

ଭଲ ହେଲା ତୁମକୁ ମୁଁ ପାଇନୀ ମୋ ଭାଗ୍ୟରେ
ଇଶ୍ୱରଙ୍କ ଇଛା ଥିଲା ରୁହେ ବୋଧେ ଶାନ୍ତିରେ।

ଡେରି ହେଉ ପଛେ ଖୋଲିଗଲା ତମ ମୁଖା
ସାବିତ୍ରୀ ରୁପରେ ଥିଲ ତୁମେ ସୄପନଖା।

ସୄପନଖା ଠାରୁ ତୁମ ପ୍ରେମ ଥିଲା ହୀନ
ଗୋଟେ କି ଦୁଇଟା ନୁହେ ବାର ଆଡେ ମନ।

ହୃଦୟଟା ସାରା ତୁମ କୁଆଁରାଙ୍କ ଗହଳି
କେଉଁ ପୁଣ୍ୟ ବଳେ ସେଠୁ ଆସିଛି ମୁଁ ମୁକୁଳି।                                                      ପ୍ରତ୍ୟୁଷ ରଂଜନ ପ୍ରଧାନ                                                  ମାହାଙ୍ଗା,କଟକ

Leave a Reply

Your email address will not be published. Required fields are marked *