(ଶିବଶଙ୍କର ମହାନ୍ତି): ଆସନ୍ତା ବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ନିର୍ବାଚନ ଲଢିବାପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ଥିବା ବେଳେ ସେ କହିଛନ୍ତି ସେପ୍ଟେମ୍ବରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ କିନ୍ତୁ ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିବ ନାହିଁ। ଛାତ୍ର ସଂସଦ ନିର୍ବାଚନ ନେଇ ଏବର୍ଷ ସବୁ କଲେଜରେ ପ୍ରସ୍ତୁତି ହେବ । ଏବର୍ଷ ପ୍ରସ୍ତୁତି କରାଯିବ ପରେ ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯିବ।
ବିଜେଡି ସରକାର ସମୟରେ ପ୍ରାୟ ୭ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଓ କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । କିନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ପରେ ଦୀର୍ଘଦିନ ଧରି ବନ୍ଦଥିବା ଛାତ୍ର ସଂସଦ ନିର୍ବାଚନ ନେଇ ଆଶା ସଞ୍ଚାର ହୋଇଛି ।

