ଚଳିତ ବର୍ଷ ଫେବ୍ରୁଆରିରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଏଥିସହ ସେମାନଙ୍କୁ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତି ପରିବାର ପୁରୁଷଙ୍କ ଲାଗି ୫ ଲକ୍ଷ ଟଙ୍କା ଓ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରିବେ କେନ୍ଦ୍ର ସରକାର।