Oplus_131072

ବିଶେଷକରି ବନ୍ଧାକୋବି, ପାଳଙ୍ଗ ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଖୁବ୍ ସହାୟତା କରିଥାଏ। ପୋଟାସିୟମରେ ଭରପୁର ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା କମିଥାଏ। ଯାହାଫଳରେ କି ରକ୍ତଚାପ ନିୟନ୍ତ୍ରିତ ହୁଏ।ସର ରହିତ କ୍ଷୀର ବା ଫ୍ୟାଟ୍ ଫ୍ରି କ୍ଷୀର ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉପଯୋଗୀ। ଏହାଦ୍ୱାରା ଶରୀରକୁ ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ମିଳିଥାଏ।

ବିଷେଷଜ୍ଞମାନଙ୍କ ଅନୁସାରେ ଏହି ଦୁଇଟି ଜିନିଷ ମିଶି ରକ୍ତଚାପକୁ ୨୦ ପ୍ରତିଶତ କମ୍ କରିଥାନ୍ତି। ଡାଳିମ୍ବ ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏକ ଆବଶ୍ୟକୀୟ ଖାଦ୍ୟ। ପ୍ରତିଦିନ ଏକ ଗ୍ଲାସ ଡାଳିମ୍ବ ଜୁସ୍ ପିଇଲେ ରକ୍ତଚାପ କମିଥାଏ। ସେହିପରି କଦଳୀ ହେଉଛି ପୋଟାସିୟମର ଏକ ଭଲ ସ୍ରୋତ। ପୋଟାସିୟମ୍ ରକ୍ତଚାପକୁ କମାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାଏ। ତେବେ ଏହାକୁ କ୍ଷୀର ବା ଅଣ୍ଡା ସହ ଖାଇଲେ ଅଧିକ ଫାଇଦା ମିଳେ।

Leave a Reply

Your email address will not be published. Required fields are marked *