ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରିକ୍ଷା ଦାବି କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ହାଜାରୀବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ଯ୍ୟାପ୍ତ ପ୍ରମାଣ ମିଳି ନାହିଁ। ପୁନଃ ପରୀକ୍ଷା ପାଇଁ ଦାବୀ ଠିକ ନୁହେଁ। ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି।