ଭୁବନେଶ୍ବର : ଇଂରାଜୀ ନବବର୍ଷର ପ୍ରଥମ ଦିନରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି । ସେମାନେ ହେଉଛନ୍ତି ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି। ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଆର.ପି କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି। ସୁଶାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ବିଏସ୍ଏଫରେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *