ନବଦିନାତ୍ମକ ରଥଯାତ୍ରା ଶେଷ କରି ଶ୍ରୀଜିଉମାନେ ଆଜି ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଛନ୍ତି। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିଲା ପରେ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କ ସହିତ ଭାବ ବିନିମୟ କରି ଶ୍ରୀଜିଉମାନେ ବଡ଼ଦେଉଳ ଆଗରେ ରାତି ସାଢ଼େ ୯ଟାରେ ପହଞ୍ଚିଛନ୍ତି। ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ରଥଟଣା କାମ ଅପରାହ୍‌ଣ ୩ଟାରେ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଯଦିଓ ସାମାନ୍ୟ ବିଳମ୍ବ ହୋଇଥିଲା, ଲୀଳାମୟ ଠାକୁର ଶ୍ରୀମନ୍ଦିର ସାମ୍ନାରେ ଆସି ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ଏହି ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ କମ୍ପାଉଥିଲେ। ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହୋଇଥିଲା।

Leave a Reply

Your email address will not be published. Required fields are marked *