ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହାକୁ ନେଇ ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ପ୍ରସ୍ତୁତି ଶେଷ ହୋଇଛି । ବିଜୁ ମଇଦାନରେ ଆରମ୍ଭ ହେଇଥିବା କଳିଙ୍ଗ ବାଲିଯାତ୍ରାକୁ ଆହୁରି ବିସ୍ତୃତ କରିବା ପାଇଁ ପୂର୍ବବର୍ଷ ଠାରୁ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବବର୍ଷ ଅପେକ୍ଷା ଅଧିକ ଷ୍ଟଲ ସହିତ ଓରମାସ ପକ୍ଷରୁ ପାଖାପାଖି ୫ ଶହରୁ ଅଧିକ ଷ୍ଟଲ ଖୋଳାଯିବାକୁ ପ୍ରସ୍ତୁତି ହୋଇସାରିଛି ।
କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି । କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକୁ ସେହିଭଳି ଢଙ୍ଗରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି | ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି । ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି, ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପାରାଦ୍ୱୀପ ସହରର ବିଜୁ ମୈଦାନ ଠାରେ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।