ଢାକା: ପ୍ରାୟ ୧ ସପ୍ତାହର ନିରବତା ପରେ ବାଂଲାଦେଶରେ ପୁଣିଥରେ ସଂରକ୍ଷଣ ବିରୋଧୀ ହିଂସା ଉଗ୍ର ରୂପ ନେଇଛି। ଆଜି ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ଓ ସଂରକ୍ଷଣ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଭୀଷଣ ହିଂସା ଯୋଗୁଁ ୧୧ଟି ଜିଲ୍ଲାରେ ୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ହିଂସା ରୋକିବାକୁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ଏବଂ ସମଗ୍ର ଦେଶରେ କର୍ଫ୍ୟୁ ଜାରି ହୋଇଛି।

