Oplus_131072

ସଂଘର୍ଷର ଶିକ୍ଷା ଦେଇଥାଏ । ହକି ଭଳି ଖେଳ ଆମକୁ ଏହି ପ୍ରେରଣା ଦିଏ ଯେ ଆମେ ଜୀବନର ସବୁକିଛି ଆହ୍ବାନର ମୁକାବିଲା କରି ନିଜର ପରିଚୟ ସୃଷ୍ଟି କରିପାରିବୁ। ଭାରତୀୟ ଟିମ୍‌ର ସଫଳତାର ଅନୁପ୍ରେରଣା ହେଉଛି ଯେ ଆମେ ଯଦି ଏକଜୁଟ ହୋଇ ନିଜର ଲକ୍ଷ୍ୟ ହାସଲରେ ଲାଗିପଡିବୁ, ତେବେ ଯେକୌଣସି କଠିନ ପରିସ୍ଥିତିର ମୁକାବିଲା କରିପାରିବୁ ।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମର କ୍ରୀଡ଼ାବିତ୍ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। ସୁଦୃଢ ସମାଜ ନିର୍ମାଣର ଆଧାର। ଖେଳାଳୀ ମାନେ ହେଉଛନ୍ତି, ଆମ ରାଜ୍ୟ ଓ ଦେଶର ଭବିଷ୍ୟତ। ଆପଣମାନେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ, ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ଏହାହିଁ ମୋର ଆଶା ଓ ବିଶ୍ୱାସ। ଓଡ଼ିଶାର କ୍ରୀଡ଼ାକ୍ଷେତ୍ରରେ, ଉପାନ୍ତ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିଜର ଗାଁ ମାଟିରୁ ହିଁ ଆମର କ୍ରୀଡ଼ାବିତ୍ ମାନେ କ୍ରୀଡ଼ା ଜଗତରେ ନିଜର ଦୃଢ଼ନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଯାତ୍ରା ଆରମ୍ଭ କରିଥାନ୍ତି। ତେଣୁ ତୃଣମୂଳ ସ୍ତରରୁ ଆସୁଥିବା ଏହି କ୍ରୀଡା ପ୍ରତିଭା ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଯାହା ବିଶ୍ବ ପାଇଁ କାଂସ୍ୟ, ତାହା ଆମ ପାଇଁ ସ୍ବର୍ଣ୍ଣ। ଟୋକିଓରୁ ପ୍ୟାରିସ ପର୍ଯ୍ୟନ୍ତ ଆମ ଖେଳାଳୀ ମାନେ ଆମକୁ ଯେଉଁଭଳି ଗର୍ବ ଅନୁଭବ କରିବାକୁ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ସେମାନଙ୍କ ପ୍ରତି କୃତଜ୍ଞ।

ଭାରତୀୟ ହକି ଟିମ୍‌ର ଗୋଲକିପର ଶ୍ରୀ ପି.ଆର୍‌. ଶ୍ରୀଜେସ୍‌ କହିଥିଲେ ଯେ ଓଡିଶା ହେଉଛି ମୋର ଦ୍ବିତୀୟ ଘର। ଓଡିଶା ହକି ପାଇଁ ଯେଉଁ ପ୍ରୋତ୍ସାହନ ଦେଇଛି, ତାହା ଆଜି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଭୁବନେଶ୍ବର ଓ ରାଉରକେଲାରେ ଆମକୁ ଯେଉଁ ସ୍ନେହଶ୍ରଦ୍ଧା ମିଳୁଛି, ତାହା ଆଉ କେଉଁଠି ମିଳେ ନାହିଁ ବୋଲି ସେ କହିଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ଭାରତୀୟ ଦଳର ଉପସ୍ଥିତ ଥିବା ଖେଳାଳୀମାନେ ହେଲେ – କ୍ୟାପଟେନ୍‌ ହରମନ୍‌ପ୍ରୀତ୍ ସିଂହ, ମନପ୍ରୀତ ସିଂହ, ବିବେକ ସାଗର, ହାର୍ଦ୍ଦିକ ସିଂହ, ସୁଖଜିତ ସିଂହ, ସମଶେର ସିଂହ, ମନଦୀପ ସିଂହ, ଜର୍‌ମନପ୍ରୀତ ସିଂହ, ଗୁରୁଜାନ୍ତ ସିଂହ, ରାଜକୁମାର ପାଲ୍‌, ଲଳିତ କୁମାର ଉପାଧ୍ୟାୟ, ସୁମିତ, ସଞ୍ଜୟ, ଅଭିଷେକ, ଅମିତ ରୋହିଦାସ ଏବଂ ପି.ଆର୍‌ ଶ୍ରୀଜେସ୍ । ସେମାନଙ୍କ ସହିତ ୪ ଜଣ ସପୋର୍ଟିଂ ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ହକି ଦଳକୁ ବାଲୁକା କଳାର ଏକ ପୋଟ୍ରେଟ୍‌ ଉପହାର ଦେଇଥିଲେ। ହକି ଇଣ୍ଡିଆ ତରଫରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତିର୍କୀ ଏବଂ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *