ଯାଜପୁର (ଶିବଶଙ୍କର ମହାନ୍ତି) : ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତର ଏକ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଅଧର ଚନ୍ଦ୍ର ଧଳଙ୍କ ସଭାପତିତ୍ବରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୈାତମ ରାୟଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଅଛି।
ମୋଦିଜୀ ଙ୍କ ସୁଶାସନ ଓ ଆଦର୍ଶ ଅନୁପ୍ରାଣିତ ତଥା ଜିଲ୍ଲା ସଭାପତି ତଥା ନିର୍ବାଚନ ମଣ୍ଡଳୀ ନେତା ଗୈାତମ ରାୟଙ୍କ ବ୍ୟକ୍ତିତ୍ଵରେ ପ୍ରଭାବିତ ହୋଇ ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ।
ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାୟ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଶତାଧିକ ବିଜେଡି କର୍ମୀଙ୍କୁ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଲେ।
ନୂଆ ସରକାର ହେବା ପରେ ଗୈାତମ ରାୟଙ୍କ ପତିଆରା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କିଛି ନା କିଛି ବ୍ଲକ ବା ପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀ ଓ ନେତା ବବିଙ୍କ ହାତ ଛାଡି ଗୈାତମଙ୍କ ସହ ସାମିଲ ହେବାର ଦେଖିବାକୁ ମିଳୁଛି। ନୂଆ କରି ନିର୍ବାଚିତ ହୋଇଥିବା ବିଧାୟିକା ଏପର୍ଯ୍ୟନ୍ତ ନିଜ ଦଳୀୟ କର୍ମୀ ନା ପ୍ରଶାସନ କ୍ଷେତ୍ରରେ କେଉଁଠି ବି ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ ହୋଇନାହାନ୍ତି।
ଏହି ଅବସରରେ ପଞ୍ଚାୟତ ସଭାପତି ବିଭୂତି ଭୂଷଣ ପଣ୍ଡା, ବରିଷ୍ଠ ନେତା ସୁବାସ ଚନ୍ଦ୍ର ମହାନ୍ତି , ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସତ୍ୟଜିତ ସାମଲ , ମଣ୍ଡଳ ସାଧାରଣ ସଂପାଦକ ଚିତ୍ତରଞ୍ଜନ ସାମଲ ଆଦି ଉପସ୍ଥିତ ଥିଲେ।

