କଟକ: ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ  ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗଣତି, ମଣତି ଏସଓପି ପ୍ରସ୍ତୁତ ସରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେବା ପରେ ଗଣତି, ମଣତି ହେବ। ମରାମତି ଏମିତି ହେବା ଦରକାର, ଯେମିତି ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି। ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଛନ୍ତି।

Leave a Reply

Your email address will not be published. Required fields are marked *