ଜୁଲାଇ ୨୫, ୨୦୨୪ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ବ ଆରୋପ କରାଯାଇଛି । ଏହି ବଜେଟ୍ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୫% ଅଧିକ ଅଟେ
ବିକାଶର ପ୍ରାଥମିକତା ତଥା ରାଜ୍ୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରି ଲୋକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ସରକାର ୨୦୨୪-୨୫ ପାଇଁ ସଂଶୋଧିତ ଆକଳନ ସହିତ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍ର ତୁଳନାତ୍ମକ ବିବରଣୀ ନିମ୍ନଲିଖିତ ସାରଣୀରେ ଦର୍ଶାଯାଇଛି ।
1. ରାଜ୍ୟ ବଜେଟର ଗୁଣାତ୍ମକ ଦିଗ
* କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧,୫୫,୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ । କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର ୫୮ ପ୍ରତିଶତରୁ ଅଧିକ ଅଟେ ।
* ୨୦୨୪-୨୫ରେ ପୁଞ୍ଜି ବ୍ୟୟ ଅଟକଳ ୫୮,୧୯୫କୋଟି ଟଙ୍କା, ଯାହା କି GSDPର ୬.୩ ପ୍ରତିଶତ ୮ ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ।
* କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ ଅଟେ ।
* ରାଜସ୍ବ ବଳକା GSDPର ୨.୯୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି; ବିତ୍ତୀୟ ନିଅଣ୍ଟ GSDPO ୩.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର GSDPO ୧୩.୫୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେଣୁ ୨୦୨୪-୨୫ ବାର୍ଷିକ ବଜେଟ୍ ସମ୍ପୂର୍ଣ ଭାବେ FRBM ଅଧୁନିୟମ ପରିପାଳକ ଅଟେ ।
2. ବଜେଟରେ ନୂଆ ପଦକ୍ଷେପ
* ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ କର୍ପସ ପାଣ୍ଠି ବାବଦରେ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଘଟଗାଁସ୍ଥିତ ମା ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ମହିଳା ସଶକ୍ତକରଣ, ଆର୍ଥିକ ସ୍ବାଧୀନତା ଏବଂ ଉଦ୍ୟୋଗବିକାଶ ନିମନ୍ତେ ସୁଭଦ୍ରା ଯୋଜନା ପାଇଁ ୧୦୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଅଧୀନରେ କ୍ରିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣିବା ପାଇଁ ପଦକ୍ଷପ ନିଆଯିବ ।
* ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ କର୍ପସ ପାଣ୍ଠି ବାବଦରେ ୨୦୦*କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ମାଧୋ ସିଂହ ହାତ ଖର୍ଚ ଯୋଜନା ପାଇଁ ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଦ୍ବାରା ଅଧରୁ ସ୍କୁଲ ଛାଡ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୂର କରାଯିବ ପାଇଁ ପଦକ୍ଷପ ନିଆଯିବ ।
* ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଅଧୀନରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପଦକ୍ଷପ ନିଆଯିବ ।
* ଶିଳ୍ପ ସହରାଞ୍ଚଳରେରେ ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା ଅଧୀନରେ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟ (ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟ ଘର) ପାଇଁ ରାଜ୍ୟ ସହାୟତା ଅଧୀନରେ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
* କର୍କଟ ରୋଗୀଙ୍କ ସହାୟକ ମାନଙ୍କ ରହିବା ପାଇଁ ଧର୍ମଶାଳା-ତଥା -ଅତିଥ୍ ଗୃହ ନିର୍ମାଣ ପାଇଁ ୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ମେଡ଼ିକାଲ କଲେଜ ଏବଂ ହସପିଟାଲ ଗୁଡିକ ନିମନ୍ତେ କର୍ପସ ପାଣ୍ଠି ବାବଦରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଶିଶୁ କର୍କଟ ସୁବିଧା ପ୍ରତିଷ୍ଠା ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଗ୍ରାମ ପଞ୍ଚାୟତ ସ୍ତରରେ ସୌର ଶକ୍ତି ଭିଭିକ ଷ୍ଟିଟ୍ ଲାଇଟ୍ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି I
* ସମ୍ବଲପୁର ଓ କଟକ ସହରର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ବିଶ୍ଵସ୍ତରୀୟ ରିଭର ଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ମହାନଦୀ ସମ୍ମୁଖ ଉନ୍ନୟନ ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ୧୦୦ ବର୍ଷରୁ ଅଧିକ ପୁରୁଣା ୪୫ ଟି ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ଐତିହ ସ୍କୁଲ ବିକାଶ ଯୋଜନା ପାଇଁ 1 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୧.୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(AB-PM-JAY)ର କାର୍ଯ୍ୟକାରିତା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
* ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା(PM-MVY)ର କାର୍ଯ୍ୟକାରିତା ପାଇଁ ୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
* ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ(PM-SHRI) କାର୍ଯ୍ୟକାରୀ କରିବା ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।