Oplus_131072

(ସୁଲଗ୍ନା ମହାନ୍ତି) : ଦୂର୍ଗାପୂଜା ଅପେକ୍ଷା ରାବଣପୋଡି ଉପରେ ବର୍ତ୍ତମାନ ଗୁରୁତ୍ଵ ଅଧିକ । ମା ଦୂର୍ଗା ଦେବୀଙ୍କ ପୂଜାସହ ଏହାର ସମ୍ପର୍କକୁ ଇଚ୍ଛାକୃତ ଭାବରେ ଯୋଡା ଯାଇଛି । ତେଣୁ ସବୁ ମୃଣ୍ମୟୀ ମୂର୍ତ୍ତି ମେଢ ନିକଟରେ ଏହା ପାଳନ କରାଯାଏ ନାହିଁ । ଅନୁତ୍ପାଦକ ଭାବରେ ଆନନ୍ଦ ଉପଭୋଗ ନିମିତ୍ତ ରାବଣପୋଡି ନାମରେ କୋଟିକୋଟି ଟଙ୍କାର ବାଣ ପୋଡି ଆମ ପରିବେଶ ଆମେ ନଷ୍ଟ କରୁଛୁ। ରାବଣପୋଡିରେ କୌଣସି ଦେବଦେବୀଙ୍କ ପୂଜା ହୁଏନାହିଁ। ରାଜନୀତିକ ସେଲିବ୍ରିଟି ମାନଙ୍କ ହାତରେ ନିଆଁ ଲଗାଯିବା ପରମ୍ପରାରେ ପରିଣତ ହୋଇଛି । ରାବଣ ପୋଡ଼ି କରି ଯେଉଁ ବାର୍ତ୍ତା ଆମେ ସମାଜକୁ ଦେବାକୁ ଯାଉଛନ୍ତି ତାହାକୁ କେତେଦୂର ଆମେ ନିଜ ଭିତରେ ଅନୁଶିଳନ କରୁଛନ୍ତି ପରଖିବା କଥା। ମାଆ, ଭଉଣୀ ରୂପି ଦୁର୍ଗା ମାନେ ଆଜି ଆମ ସମାଜରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମଣିଷ ରୂପି ଅନେକ ଦୁର୍ଗାଙ୍କର old-age home,short stay home ଆଶ୍ରୟ ସ୍ଥଳ ପାଲଟିଛି। ଏହି ପରିପ୍ରେକ୍ଷୀରେ ଆମ ଭିତରେ ଥିବା କାମୁକତା,ଅସହିଷ୍ଣୁତା, ଇର୍ଷା ଆଦି ଗୁଣକୁ ମାରି ପାରିବା ତାହା ହିଁ ହେବ ପ୍ରକୃତ ରାବଣ ପୋଡ଼ି।

Leave a Reply

Your email address will not be published. Required fields are marked *