ମୁମ୍ବାଇ: ଏକ ସ୍ପା ରେ ହତ୍ୟା କରାଯାଇଥିବା ଗୁରୁ ୱାଗମେରଙ୍କ ଟାଟୁ ଖୋଲୁଛି ଗୁମର। ସେ ତାଙ୍କ ଜଙ୍ଘରେ ତାଙ୍କର ୨୨ ଜଣ ଶତ୍ରୁଙ୍କ ନାମ ଲେଖିଥିବାରୁ ପୁଲିସ୍‌କୁ ବହୁତ ସୁବିଧା ହେଉଛି। ପୁଲିସ୍‌ ସେହି ନାମକୁ ଭିତ୍ତି କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି।

ସେ ୨୨ ଜଣଙ୍କ ନାମ ଟାଟୁ କରିଥିବା ବେଳେ ଅପରାଧର ଗୋଟିଏ ଦିନ ପରେ ଅତି କମରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ପା ମାଲିକ ସାନ୍ତୋଷ ଶେରେକରଙ୍କ ନାମ ମଧ୍ୟ ରହିଛି।

ସୂଚନା ଅଧିକାର କାର୍ଯ୍ୟକର୍ତ୍ତା ବୋଲି ଦାବି କରୁଥିବା ୱାଗମେରଙ୍କୁ (୪୮) ବୁଧବାର ସକାଳେ କେନ୍ଦ୍ରୀୟ ମୁମ୍ବାଇସ୍ଥିତ ୱର୍ଲିର ସଫ୍ଟ ଟଚ୍ ସ୍ପା ଠାରେ ହତ୍ୟା କରାଯାଇଥିଲା।
ଶବ ବ୍ୟବଚ୍ଛେଦ ବେଳେ ଜଣାପଡିଥିଲା ​​ଯେ ସେ ତାଙ୍କ ସମ୍ଭାବ୍ୟ ଶତ୍ରୁମାନଙ୍କ ନାମ ତାଙ୍କ ଜଙ୍ଘରେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *