ଯାଜପୁର :- ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଚେତନା ପ୍ରଚାର ପାଇଁ ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ଚଳିତ ସେପ୍ଟେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଅଛି ।
ଉକ୍ତ ଅନୁଷ୍ଠାନର ସ୍ଥାୟୀ ସଭାପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣ ରେ ସମସ୍ତ କାର୍ଯ୍ୟକ୍ରମ ସମର୍ପିତ କରି ସକାଳ ୭.୩୦ରୁ ସଂନ୍ଧ୍ୟା ୬ସୁଦ୍ଧା ତାଙ୍କ ଦିବ୍ୟ ଚେତନା ପ୍ରସାରିତ କରିବାର ବିହିତ ବ୍ୟବସ୍ଥା ରହିଛି I ସର୍ବପ୍ରଥମେ ଓଡ଼ିଶାର ଚାରଣ ମାନେ ସମୁହ ସ୍ବାଧ୍ୟାୟ ମହାପ୍ରଭୁଙ୍କ ହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତିଙ୍କ ସମ୍ମୁଖରେ ପାଠ କରିବେ ।
ଏହାପରେ ପୂର୍ବରୁ ଆବେଦନ କରିଥିବା ଓଡ଼ିଶାର ବିଭିନ୍ନ ବର୍ଗର ଯୁବକ ଯୁବତୀ ମାନଙ୍କୁ ନେଇ ଯୁବ ଚେତନା ଶିକ୍ଷା ଶିବିର ଆରମ୍ଭ ହେବ ଉକ୍ତ କାର୍ଯ୍ୟକ୍ରମରେ ଚାରଣ ସାଧକ, ପ୍ରାଜ୍ଞ ବିଜ୍ଞ ବ୍ୟକ୍ତି ତଥା ଶ୍ରୀମନ୍ଦିର ସେବାୟତ ଶ୍ରୀଯୁକ୍ତ ରାମଚନ୍ଦ୍ରଦାସ ମହାପା ହାପାତ୍ର, ଡଃ ଭାସ୍କର ମିଶ୍ର, ଶ୍ରୀଯୁକ୍ତ ବିଶ୍ଵନାଥ ସାମନ୍ତରା, ଅଭିନେତା ଶ୍ରୀଯୁକ୍ତ କୁନା ତ୍ରୀପାଠୀ ଇତ୍ୟାଦି ଶିବିର ଆଚାର୍ଯ୍ୟ ଭାବେ ଯୋଗଦାନ କରି ଶିକ୍ଷା ପ୍ରଦାନ କରିବେ । ମହାପ୍ରଭୁଙ୍କ ଦର୍ଶନ ଓ ଚେତନା ବିଷୟରେ ପ୍ରାୟତଃ ୩୦୦ ଯୁବକଯୁବତୀ ମାନେ ଶିକ୍ଷାଗ୍ରହଣ କରିବାର ବ୍ୟବସ୍ଥା ହେଉଛି, ଯାହା ସେମାନଙ୍କ ଜୀବନର ଆଧ୍ୟାତ୍ମିକ ବିକାଶରେ ଏକ ଅଦ୍ଭୁତ ପରିବର୍ତ୍ତନ ହେବ ।
ସମସ୍ତ ଶିବିରାର୍ଥୀ ମାନଙ୍କୁ ଏକ ପ୍ରମାଣ ପତ୍ର ପ୍ରଦାନ କରାଯିବ ଓ ସମସ୍ତ କାର୍ଯ୍ୟକ୍ରମ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହେବା ପରେ ଆରମ୍ଭ କରାଯିବ । ମହାପ୍ରଭୁଙ୍କ ଦିବ୍ୟ ଚେତନା ପ୍ରଚାର ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଦୀର୍ଘ ପଞ୍ଚଦଶନ୍ଧି ଧରି ସମାଜରେ କାର୍ଯ୍ୟ କରି ଆସୁଅଛି ।
ପ୍ରତ୍ୟେକ ମନୁଷ୍ୟ ମହାପ୍ରଭୁଙ୍କୁ ଇଷ୍ଟ ଓ ଶ୍ରୀମଦ୍ଭଗବତ ମହାପୁରାଣକୁ ଶ୍ରେଷ୍ଠ ମନେକରି ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ନିଜ ଜୀବନରେ ଆଚରଣରେ ଆଣିବା ସହିତ ଭାଗବତର ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରି ଜୀବନକୁ ଗଢିଲେ । ହିଁ ହିଁ କେ କେବେ ସମାଜରେ ଦୁଃଖ ଆସିବ ନାହିଁ । ନିଜେ ଭଲରେ ବଞ୍ଚିବା ସହିତ ସମାଜକୁ ଭଲରେ ଗଢି ମଣିଷ ପଣିଆର ଦିଗଦର୍ଶନ ଦେଇ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମହାନ ପ୍ରୟାସ ଥିବା ଆଜିର ପ୍ରସ୍ତୁତି ବୈଠକରେ ସୂଚନା ମିଳିଛି ।
ଉକ୍ତ ପ୍ରସ୍ତୁତି ବୈଠକରେ ଡଃ ଶରତଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବଂଶୀଧର ପରିଡା, ଗଣେଶ୍ଵର ପରିଡା, ଲିଙ୍ଗରାଜ ପତି, ଗଣେଶ୍ଵର ବେହେରା, ନରହରି ସାହୁ, ହେମନ୍ତ ସୁତାର, ଭରତ ନାଥ, ଇନ୍ଦ୍ରମଣି ମହାନ୍ତି, ନଟବର ମଲ୍ଲିକ, ପ୍ରଫୁଲ୍ଲ ସାହୁ ଓ ପ୍ରମୁଖ ଚାରଣ ମାନେ ଉପସ୍ଥିତ ଥିଲେ ।