Oplus_131072

ନୂଆଦିଲ୍ଲୀ: ବଜେଟ୍‌ରେ ସୁନା ଓ ରୂପାର ସୀମା ଶୁଳ୍କ ହ୍ରାସ କରାଯିବା ପରେ ୩ ଦିନ ମଧ୍ୟରେ ସୁନା ୫,୦୦୦ ଟଙ୍କା ଏବଂ ରୂପା ୬,୪୦୦ ଟଙ୍କା ଶସ୍ତା ହୋଇଛି। ସରକାର ବଜେଟରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୧୫%ରୁ ୬%କୁ ହ୍ରାସ କରିଛନ୍ତି। ଫଳରେ ଦର ହ୍ରାସ ପାଇଛି। ବଜେଟ୍‌ର ଦୁଇ ଦିନ ପରେ ଅର୍ଥାତ୍ ଜୁଲାଇ ୨୫ରେ ସୁନା ମୂଲ୍ୟ ୯୭୪ ଟଙ୍କା ହ୍ରାସ ପାଇ ୬୮,୧୭୭ ଟଙ୍କାରେ ପହଞ୍ଚିଛି। ଜୁଲାଇ ୨୩ରେ ଏହା ୩,୬୧୬ ଟଙ୍କା ଏବଂ ଜୁଲାଇ ୨୪ରେ ୪୫୧ ଟଙ୍କା ହ୍ରାସ ପାଇଥିଲା।

ସେହିପରି ରୁପା ଦାମ୍‌ କିଲୋପିଛା ୩୦୬୧ ଟଙ୍କା ହ୍ରାସ ପାଇ ୮୧,୮୦୧ ଟଙ୍କାରେ ପହଞ୍ଚିଛି। କମୋଡିଟି ବିଶେଷଜ୍ଞ ଅଜୟ କେଡିଆଙ୍କ କହିବାନୁଯାୟୀ, ଏଥର ବଜେଟରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୧୫%ରୁ ୬%କୁ ହ୍ରାସ କରାଯାଇଛି। ଏହି କାରଣରୁ ଏହାର ମୂଲ୍ୟ ହ୍ରାସ ପାଉଥିବା ବେଳେ ଆଗାମୀ ଦିନରେ ସୁନାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବ । ବର୍ତ୍ତମାନ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି। କିନ୍ତୁ ଏହାକୁ କେବଳ ଶୁଳ୍କ ପାଇଁ ହେଉଛି ବୋଲି କୁହାଯାଇପାରିବ । ଯଦି କିଛି ଦିନ ପାଇଁ ସୁନା ଖସିଯାଏ ତେବେ ଏହା ପୁଣି ଥରେ ବଢ଼ିବ। ଆମେରିକାର ନିର୍ବାଚନ ଏବଂ ବିଶ୍ୱ ସ୍ତରରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନା ଓ ରୁପା ମୂଲ୍ୟରେ ବିଶେଷ ହ୍ରାସ ଘଟିବ ନାହିଁ । ସୁନା କିଣିବା ଲାଗି ଏହା ଏକ ଭଲ ସୁଯୋଗ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *