oplus_0

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ବିରାଟ ଷଡଯନ୍ତ୍ର ରଚିଥିବା ପଡୋଶୀ ପାକିସ୍ଥାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଏହି ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ୨୫ତମ କାରଗିଲ ବିଜୟ ଦିବସ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ କୁସୁନପୁରସ୍ଥିତ ତାରାଦେବୀ ମଣ୍ଡପଠାରେ ବିଜେପି ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ କାରଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୈାତମ ରାୟ  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ,  ଏହି ଅବସରରେ ସେବା ନିବୃତ ସେନା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରି ନିଜକୁ ଗୈାରବାନ୍ଵିତ ମନେ କରୁଛି।‘ରାଷ୍ଟ୍ର ସର୍ବୋପରୀ’ ବୋଲି କାରଗିଲ ଯୁଦ୍ଧ ଆମ ସମସ୍ତଙ୍କୁ ଶିକ୍ଷା ଦେଇଛି । ଶ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଶାସନରେ ଭାରତୀୟ ସେନାର ଶକ୍ତି ବହୁଗୁଣିତ ହୋଇଛି । ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛି ।

ଏହି ଅବସରରେ ସେବା ନିବୃତ ସେନା ଅଧିକାରୀ ଯୁଧିଷ୍ଠିର ବିଶ୍ଵାଳ, ବିଶ୍ଵଜିତ ସ୍ଵାଇଁ, ମହେନ୍ଦ୍ର ରାଉତ,ଅଶୋକ କୁମାର ମହାନ୍ତି,ଦାମୋଦର ନାୟକ,ଅକ୍ଷୟ କୁମାର ପଣ୍ଡା, ସୁଜିତ ମହାନ୍ତି, କୈଳାସ ନାୟକ,ଭଗବତ ପ୍ରସାଦ ପରିଡା ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‌ସେମାନେ କାର୍ଗିଲ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ।

ମହେଶ୍ବରପୁର ମଣ୍ଡଳ ସଭାପତି ସୁରେଶ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ୍ତ କୁମାର ପଣ୍ଡା, ଯାଜପୁର ଗ୍ରାମିଣ ମଣ୍ଡଳ ସଭାପତି ମନ୍ମଥ ବରାଳ, ବିଶ୍ବହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅକ୍ଷୟ ବଳ, ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଶଶିକାନ୍ତ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *