ଶ୍ରଦ୍ଧା କହିଛନ୍ତି, ନିର୍ଦ୍ଦେଶକ ଅମର କୌଶିକଙ୍କ ପାଖରେ ପୂର୍ବରୁ ହିଁ ‘ସ୍ତ୍ରୀ ୩’  ପାଇଁ ଏକ ଭଲ କାହାଣୀ ଥିଲା । ‘ସ୍ତ୍ରୀ ୩’ ସିନେମା ପାଇଁ ଭଲ କାହାଣୀଟିଏ ଅଛି ବୋଲି ଅମର ଯେତେବେଳେ ତାଙ୍କୁ କହିଥିଲେ, ସେ ଖୁବ୍‌ ଉତ୍କଣ୍ଠିତ ହୋଇପଡ଼ିଥିଲେ କାରଣ ଏହା ନିଶ୍ଚିତ ଭାବେ କିଛି ଚମତ୍କାରିତା ଦେଖାଇବ ବୋଲି ତାଙ୍କର ବିଶ୍ୱାସ ଥିଲା ବୋଲି କହିଥିଲେ ଶ୍ରଦ୍ଧା ।  ଏମିତିକି କାହାଣୀଟି କେଉଁ ବିଷୟକୁ ନେଇ – ଏକଥା ଶୁଣିବା ପାଇଁ ଅପେକ୍ଷା କରିବାକୁ ମଧ୍ୟ ତାଙ୍କର ଧୈର୍ଯ୍ୟ ନଥିଲା ବୋଲି ଶ୍ରଦ୍ଧା କହିଥିଲେ ।

ସୂଚନାଯୋଗ୍ୟ, ଶ୍ରଦ୍ଧା ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ  ୨’ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିଲା, ଯାହା ଆଜି ଯାଏଁ କିଛି କିଛି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି । ମେଡାକ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ରାଜକୁମାର, ଶ୍ରଦ୍ଧା  କପୁର, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ଓ ଅପାରଶକ୍ତି ଖୁରାନା ପ୍ରମୁଖ ଅଭିନୟ କରିଛନ୍ତି ।  ‘ସ୍ତ୍ରୀ ୨’ ଖୁବ୍‌ ବଢ଼ିଆ ରୋଜଗାର କରି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହେବା ସହିତ  ଅନେକ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି ।

Leave a Reply

Your email address will not be published. Required fields are marked *