ସୂଚନା ଯୋଗ୍ୟ; ମଙ୍ଗଳବାର ରାତି ପ୍ରାୟ ୮ଟା ୧୫ରେ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। କିଛି ଲୋକେ ହୋଟେଲରେ ନିଆଁ ଲାଗିବା ଜଣାପଡ଼ିବା ପରେ କିଛି ଜଣା ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡ଼ିଥିଲେ। ନିଆଁ ଏତେ ଜଲଦି ବ୍ୟାପିଯାଇଥିଲା ଯେ ସେଥିରେ ପୋଡ଼ି ହୋଇ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଦଳଗୁଡ଼ିକ ଦ୍ୱାରା ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି। ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ କିପରି ଲାଗିଲା ତାହା ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି।