*ଖବର ଆଜିର*
ତାରିଖ:୧୮/୦୬/୨୫, ବୁଧବାର

୧-ଭୁବନେଶ୍ୱର:ଝାଡାବାନ୍ତି ପାଇଁ ସବୁ ଜିଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ। ବେସରକାରୀ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା।

୨-ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ।ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲାଣି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର।

୩-ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା,୧୭ରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି।

୪-ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ।

୫-ଭୁବନେଶ୍ୱର:ସରିଲା ପ୍ରଥମ ପର୍ଯ୍ୟାୟ +୩ ନାମଲେଖା,୨୨ରେ ଆସିବ ଦ୍ବିତୀୟ ମେଧା ତାଲିକା।

୬-ଏଣିକି ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ, ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ି ହେବ ଏହି ସେବା।

୭-ରାଜସ୍ବ ବିଭାଗରେ ଆସିବ ସଂସ୍କାର,
ପଞ୍ଚାୟତରେ ଖୋଲିବ ତହସିଲ, ଗାଁକୁ ଯିବେ ରାଜସ୍ବ ଅଧିକାରୀ।

୮-ଗୋପାଳପୁର ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୯-ଭୁବନେଶ୍ୱର: ଦୁର୍ନୀତିଖୋରଙ୍କୁ ଅଡ଼ୁଆ ଟୋଲ ଫ୍ରି ନମ୍ବର ‘୧୦୬୪’,୧୭ ମାସରେ ଧରାପଡିଲେଣି ୧୪ ଲାଞ୍ଚୁଆ।

୧୦-ଭୁବନେଶ୍ୱର, ଲକ୍ଷ୍ମୀ ସାଗର:ବିଷାକ୍ତ ମଦ ପିଇ ଚାଲିଗଲା ଦୁଇ ଜୀବନ,୩ ଗୁରୁତର,ନମୁନା ସଂଗ୍ରହ ପରେ ଦୋକାନ ସିଲ୍।

୧୧-୨୦ରୁ ଖୋଲିବ ସ୍କୁଲ, ଝାଡ଼ାବାନ୍ତି ବ୍ୟାପୁଥିବାରୁ ପିଲାଙ୍କୁ ନେଇ ଚିନ୍ତାରେ ଅଭିବାବକ।

୧୨-ବଙ୍ଗୋପସାଗରରେ ଡବଲ ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା।

୧୩-ଆଳି:ବଉଳ ଯୋଡ଼ି ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଡ଼ି ପୋଡ଼ି, ଆକ୍ରମଣରେ ୧୧ରୁ ଉର୍ଦ୍ଧ୍ବ ଆହତ।

୧୪-ମାଲକାନଗିରି: ପୁଣି ମାଓ ଉପଦ୍ରବ,୩ ଜଣଙ୍କୁ ହତ୍ୟା,୧୨ଜଣକୁ ଅପହରଣ।

୧୫-ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗାଁ:ପାଦୁକା ସତ୍‌ସଙ୍ଗ ନାଁରେ ବୁଲିଲା ସାରଥି ରଥ, ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା।

୧୬-ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା, ସୋନମ୍‍ ସମେତ ୫ ଅଭିଯୁକ୍ତଙ୍କୁ ନେଇ ସିନ୍‍ ରିକ୍ରିଏସନ କରୁଛି ସିଲଂ ପୁଲିସ।

୧୭-ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ୨୪ ଘଣ୍ଟାରେ ୯ ଏୟାର ଇଣ୍ଡିଆ ବିମାନ ବାତିଲ।

୧୮-ଯୁଦ୍ଧ ମଧ୍ୟରେ ତେହରାନରେ ଫସିଛନ୍ତି ଗାଜିଆବାଦର ଛାତ୍ର , ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ ବାପା-ମାଆ।

୧୯-ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ।

୨୦-ଭୁବନେଶ୍ୱର:ରାଜ୍ୟରେ ପ୍ରତିଷ୍ଠା ହେବ ବନ୍ୟଜନ୍ତୁ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର।

୨୧-ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଦିଗ, ଆକ୍ଟିଭ ଥିଲା ରାମ୍ ଏୟାର ଟର୍ବାଇନ୍।

୨୨-ଦକ୍ଷିଣ ଆଫ୍ରିକାରେ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ମୃତ।

Leave a Reply

Your email address will not be published. Required fields are marked *