ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ପଟ୍ଟା ଦିଆଯିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି। ୨୪ ବର୍ଷ ଧରି ବିଜେଡି ସରକାରରେ ଥିବାବେଳେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ। ଅନ୍ୟ କାହା ଜମିରେ ସ୍କୁଲ, କଲେଜ ଚାଲିଥିଲା। ତେଣୁ ପ୍ରାଥମିକ ସ୍କୁଲଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ପଟ୍ଟା ମିଳିବ ।

