ନୂଆଦିଲ୍ଲୀ:ସରକାରୀ କର୍ମଚାରୀଙ୍କ ପାଇଁ ପେନସନ୍ ସହିତ ଜଡିତ ଏକ ବଡ ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇଛି। ସମସ୍ତ ପେନସନଭୋଗୀଙ୍କ ପାଇଁ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନୂତନ ନିୟମ ଜାରି କରିଛି। ବର୍ତ୍ତମାନଠାରୁ ପେନସନ୍‌ ପାଇବାକୁ ଯୋଗ୍ୟ ପରିବାର ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟାଯାଇପାରିବ ନାହିଁ। ଏହା ବ୍ୟତୀତ ଅତିରିକ୍ତ ଅର୍ଡିନାରି ପେନସନ୍ (ଇଓପି) ଅନ୍ତର୍ଗତ ପ୍ରାପ୍ତ ସମସ୍ତ ଅବସରକାଳୀନ ସୁବିଧାକୁ ଯଥାଶୀଘ୍ର ମୁକ୍ତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଅନେକ ଥର ସରକାରୀ କର୍ମଚାରୀମାନେ ପେନସନ୍‌ରେ ଝିଅଙ୍କର ନାମ ଅନ୍ତର୍ଭୁକ୍ତ କରି ନ ଥାନ୍ତି।  ଏ ସମ୍ପର୍କରେ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ପେନସନ୍ ଫର୍ମାଟରେ ଝିଅକୁ ସରକାରୀ କର୍ମଚାରୀଙ୍କ ପରିବାରର ସଦସ୍ୟ ମଧ୍ୟ ବିବେଚନା କରାଯାଏ। ତେଣୁ ପରିବାର ସଦସ୍ୟଙ୍କ ତାଲିକାରେ ଝିଅର ନାମ ମଧ୍ୟ ଅନ୍ତର୍ଭୂକ୍ତ କରାଯିବା ଉଚିତ୍।

ଏବେ ପ୍ରଶ୍ନ ଉଠୁଛି ପେନସନ୍ ଉପରେ ପ୍ରଥମ ଅଧିକାର କାହାର ଅଛି? ଯଦି ଘରେ ଜଣେ ଦିବ୍ୟାଙ୍ଗ ପିଲା ଅଛନ୍ତି, ତେବେ ତାଙ୍କୁ ପେନସନ୍ ନେବା ପାଇଁ ପ୍ରଥମ ଅଧିକାର ଦିଆଯିବ। ଏହା ବ୍ୟତୀତ ଝିଅ (ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗତା ଭୋଗୁଥିବା ବ୍ୟକ୍ତିଙ୍କ ବ୍ୟତୀତ)ଙ୍କର  ବିବାହ ନ ହେବା ପର୍ଯ୍ୟନ୍ତ କିମ୍ବା ଆର୍ଥିକ ଦୃଷ୍ଟିରୁ ସଶକ୍ତି ନ ହେବା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ।

୨୫ ବର୍ଷରୁ ଅଧିକ ବୟସ୍କ ଅବିବାହିତ, ବିଧବା, ଛାଡପତ୍ର ହୋଇଥିବା ଝିଅମାନେ ପେନସନ୍ ପାଇବାକୁ ଯୋଗ୍ୟ ହେବ‌େ। ତେବେ ପରିବାରର ଅନ୍ୟ ସମସ୍ତ ପିଲା ୨୫ ବର୍ଷରୁ ଅଧିକ ହେବା ଉଚିତ୍ ଏବଂ ସେମାନଙ୍କର ରୋଜଗାରର କିଛି ଉତ୍ସ ରହିଥିବା ଜରୁରୀ।

Leave a Reply

Your email address will not be published. Required fields are marked *