ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା ଦେଇଛି। ରେଡିଷ୍ଟର୍ଡ ବୁକ୍‌ ପୋଷ୍ଟ(ଆର୍‌ବିପି) ସେବା ଅଧୀନରେ ୫ କିଗ୍ରାର ପୁସ୍ତକ ପଠାଇବା ଲାଗି ୮୦ଟଙ୍କା ଦେୟ ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ ବେଶ ଭଲ। ଏହାଛଡ଼ା ୧୯,୧୦୧ ପିନ୍‌ କୋଡ ଏବଂ ଭାରତରେ ୧୫୪,୭୨୫ ଡାକଘର ଆସୁଥିବା ଇଣ୍ଡିଆ ପୋଷ୍ଟର ବିଶାଳ ନେଟଓ୍ବାର୍କ ଦ୍ରୁତ ଡେଲିଭରି ସୁନିଶ୍ଚିତ କରି ଏବଂ ଅଧିକାଂଶ ପାର୍ସଲ ସପ୍ତାହେ ମଧ୍ୟରେ ପହଞ୍ଚିଥାଏ।

ସହର ମଧ୍ୟରେ ଡେଲିଭରି ଆଗାମୀ ଦିନ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଇଥାଏ। ସରକାରଙ୍କ ପକ୍ଷରୁ ପଢ଼ିବାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ଦର ନିଶ୍ଚିତ କରାଯାଇଥିଲା।

କୌଣସି ଚର୍ଚ୍ଚା, ଚେତାବନୀ ଅଥବା ପରାମର୍ଶ ବିନା ଏହି ସେବାକୁ ହଠାତ ବନ୍ଦ କରି ଦିଆଯାଇଛି। ଗତ ସପ୍ତାହରେ ଆର୍‌ବିପି ଶ୍ରେଣୀକୁ ଡାକ ବିଭାଗର ସଫ୍ଟଓ୍ବୟାରରୁ ହଟାଇ ଦିଆଯାଇଥିଲା। ‘ବୁକ୍‌ ପୋଷ୍ଟ’କୁ ବନ୍ଦ କରିବା ପ୍ରକାଶନ ଉଦ୍ୟୋଗ ପାଇଁ ଝଟ୍‌କା। ଶିପିଂ ଶୁଳ୍କ ବଢ଼ିବା ସହ ଅନେକ ପାଠକ ୧୦୦ ଟଙ୍କା ମୂଲ୍ୟର ବହି ଉପରେ ୭୮ ଟଙ୍କା ଡାକ ଶୁଳ୍କ ଦେବାକୁ ସଙ୍କୋଚ କରିଥାନ୍ତି। ଏହି ନିଷ୍ପତ୍ତି ଯୋଗୁ ଦେଶରେ ପଢ଼ିବାର ସଂସ୍କୃତି ଆହୁରି ଦୁର୍ବଳ ହୋଇଯିବ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *