ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ବିଭିନ୍ନ ବର୍ଗରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

OSSSC ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ତାଲିମ ସ୍ନାତକ ଶିକ୍ଷକ (ଟିଜିଟି) ଏବଂ ସଂସ୍କୃତ ଶିକ୍ଷକ ସାମିଲ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି ଏବଂ ଆପଣଙ୍କର ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁୟାରୀ ୩୧, ୨୦୨୫।

ଖାଲିଥିବା ମୋଟ ପଦବୀ ସଂଖ୍ୟା: ୨୬୭

ପିଇଟି- ୧୦୫ ପଦବୀ
ସଂସ୍କୃତ ଶିକ୍ଷକ-୭୧ ପଦବୀ
ଟିଜିଟି ଶିକ୍ଷକ-ବିଜ୍ଞାନ(ସିବିଜେଡ)୩୩ ପଦବୀ
ଟିଜିଟି ଶିକ୍ଷକ -ବିଜ୍ଞାନ(ପିସିଏମ) ୨୯ ପଦବୀ
ଟିଜିଟି-କଳା: ୨୯ ପଦବୀ

ବୟସ: ଆଶାୟୀଙ୍କ ବୟସ ୧ ଜାନୁଆରୀ ୨୦୨୫ ସୁଦ୍ଧା ୨୧ ବର୍ଷରୁ କମ୍ କିମ୍ବା ୩୮ ବର୍ଷରୁ ଅଧିକ ହୋଇ ନ ଥିବ।

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ଯୁକ୍ତ ଦୁଇ ପାସ କରିବା ସହିତ ସମ୍ପର୍କିତ ବିଷୟରେ ଡିଗ୍ରୀ କରିଥିବେ।

ଦରମା: ଟିଜିଟି ପଦବୀ ପାଇଁ ପ୍ରାର୍ଥୀଙ୍କ ଦରମା ସ୍କେଲ୍ ୩୫,୪୦୦ – ୧,୧୨,୪୦୦ ଟଙ୍କା ହେବ। ତେବେ ପିଇଟି ପଦ ପାଇଁ ଏହା ୨୩,୬୦୦ ଟଙ୍କା – ୭୪,୮୦୦ ଟଙ୍କା।

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା।
ସାକ୍ଷାତକାର।
ଡକ୍ୟୁମେଣ୍ଟ୍ ଯାଞ୍ଚ।

Leave a Reply

Your email address will not be published. Required fields are marked *