

ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗ ନେଉଛନ୍ତି ୪୩ କଣ୍ଟିଜେଣ୍ଟ । ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣ ସାଜିଲା ଶିବ ତାଣ୍ଡବ ଓ ଅଘୋରୀ । ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ପରିବେଷଣ କରିଚନ୍ତି ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ । ପରେ ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିଛନ୍ତି । ଏହା ସହ ସ୍କେଟିଂ ବୁଟ୍ ପିନ୍ଧି କୁନି କୁନି ପିଲାମାନେ ଦୁଃସାହସିକ ନୃତ୍ୟ ପ୍ରଦର୍ଶନ କରିଚନ୍ତି। ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିବା ସହ ମହର୍ଷି ଡେୟାର ଡେଭିଲସ ଦୁଃସାହସିକ ବାଇକ୍ ଲ୍ନେିଜର ଜଲୱା ଦେଖାଇଛନ୍ତି ।

ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍ ଭୋଷଲେ ଶୁଭମ ସଞ୍ଜୟ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ବି ଦେଖାଇଛନ୍ତି ପରେଡ୍ ।
