Oplus_131072

ଶ୍ରୀମନ୍ଦିରରେ ଫେବ୍ରୁଆରି ୨ ତାରିଖରେ ଶ୍ରୀପଞ୍ଚମୀ ନୀତି ଓ ସରସ୍ବତୀ ପୂଜା ଅନୁଷ୍ଠିତ ହେବ। ଏହିଦିନ ରଥକାଠ ମଧ୍ୟ ଅନୁକୂଳ ହେବ। ଏ ନେଇ ନୀତିକାନ୍ତି ଚୂଡ଼ାନ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର କ୍ୟାଲେଣ୍ଡର୍‌ରେ ଫେବ୍ରୁଆରି ୨ ତାରିଖରେ ସରସ୍ବତୀ ପୂଜା ପଡ଼ୁଛି। ସେହି ଅନୁସାରେ ଶ୍ରୀମନ୍ଦିରରେ ଫେବ୍ରୁଆରି ୨ ତାରିଖରେ ସରସ୍ବତୀ ପୂଜା ପାଳନ ହେବ ଓ ରଥକାଠ ଅନୁକୂଳ ହେବ।

ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶ ଏବଂ ପାଞ୍ଜି ସମୀକରଣ ବୈଠକ ପରେ ଏହା ଚୂଡ଼ାନ୍ତ ହୋଇଛି। ତେବେ ଏ ପ୍ରସଙ୍ଗରେ ଅନ୍ୟ କିଏ କଣ କହୁଛନ୍ତି, ତାହା ସେମାନଙ୍କର ବ୍ୟକ୍ତିଗତ ମତ ହୋଇପାରେ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ କିଛି ପାଞ୍ଜିକାର ଫେବ୍ରୁଆରି ୨ ତାରିଖରେ ସରସ୍ବତୀ ପୂଜା ପଡ଼ୁଥିବାବେଳେ ଆଉ କିଛି ପାଞ୍ଜିକାର ଫେବ୍ରୁଆରି ୩ ତାରିଖରେ ସରସ୍ବତୀ ପୂଜା ପଡ଼ୁଛି ବୋଲି କହିଛନ୍ତି। ଏହାକୁ ଦୃଢ଼ ବିରୋଧ କରିଛନ୍ତି ଶ୍ରୀମନ୍ଦିର ସେବାୟତଗଣ। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତିରେ ନ ପକାଇବାକୁ ସେମାନେ ମତ ଦେଇଛନ୍ତି। ସେବାୟତମାନେ କହିଛନ୍ତି, ମହାପ୍ରଭୁ ହେଉଛନ୍ତି ବିଶ୍ବନିୟନ୍ତା। ଶ୍ରୀମନ୍ଦିରରେ ଫେବ୍ରୁଆରି ୨ରେ ସରସ୍ବତୀ ପୂଜା ପାଳନ ହେଉଛି। ଏଣୁ ଏଥିରେ କିଛି ଦ୍ବନ୍ଦ୍ବ ଉପୁଜିବା ଅନୁଚିତ। ଫେବ୍ରୁଆରି ୨ରେ ସରସ୍ବତୀ ପୂଜା ପାଳନ କରିବାକୁ ସେବାୟତମାନେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *