ସେ ଆଉ ମଧ୍ୟ କହିଛନ୍ତି କଂଗ୍ରେସ ନିଜର ସ୍ଥିତିକୁ ବଞ୍ଚାଇବାକୁ, ବୁଡ଼ି ଯାଉଥିବା ଡଙ୍ଗାକୁ ବଞ୍ଚାଇବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି, ଆସନ୍ତା ୨୭ ତାରିଖରେ କଂଗ୍ରେସ ବିଧାନସଭା ସମ୍ମୁଖରେ ରାଲି କରିବ । ଦିଲ୍ଲୀରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ବିଧାନସଭାକୁ ନ ଚଳାଇଦେବାକୁ ହାଇଡ୍ରାମା କରୁଛନ୍ତି ।
ମହିଳାଙ୍କ ସୁରକ୍ଷାକୁ ନେଇ ମୋହନ ସରକାର ସଚେତନ ଅଛନ୍ତି । ଯଦି ମହିଳା ସୁରକ୍ଷା କଥା କହୁଛ ତେବେ ବିଧାନସଭାକୁ ଆସି ଆଲୋଚନା କରିବାକୁ ଆହ୍ୱାନ କରିଛନ୍ତି ଆଇନ ମନ୍ତ୍ରୀ । ଯେଉଁ ମହିଳା ସୁରକ୍ଷା କଥା କଂଗ୍ରେସ କହୁଛି କଂଗ୍ରେସ ଶାସନରେ ମହିଳା କେତେ ସୁରକ୍ଷିତ ଥିଲା ତାହା ସମସ୍ତଙ୍କୁ ଜଣା । କଂଗ୍ରେସର ଗୃହ କମିଟି ଗଠନ ଦାବି ଏକ ଅଯୌକ୍ତିକ । ବିଧାନସଭା ନିୟମରେ ଯେଉଁଠି ଏକ ବଡ଼ ଧରଣର ଘଟଣା ଘଟିଲେ ଗୃହ କମିଟି ଗଠନ କରାଯାଏ ଏବଂ ତଦନ୍ତ ହୁଏ ।
କଂଗ୍ରେସ ସହିତ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛି ବିଜେଡ଼ି । ଇତିଶ୍ରୀ, ବେବିନା ଠାରୁ ଆରମ୍ଭ କରି ସ୍ମିତାରାଣୀ ଭଳି ମହିଳା ଅପରାଧ ଯଦି ତାଲିକା କରିବା ତାହା ଦେଲେ ବିଜେଡ଼ି ପିଏଚଡି ଠାରୁ ଆହୁରି ଅଧିକ ଡିଏସସି ହାସଲ କରିବ । ଆପଣ ମଣିଷ ମାରିବାଠାରୁ ଆରମ୍ଭ କରି ରେପ୍ ରେ ଆପଣଙ୍କ କର୍ମୀ ସାମିଲ ହେଉଥିଲେ ତାଙ୍କୁ ଗିରଫ କରାଯାଉ ନ ଥିଲା । ତୃତୀୟ ମହଲାରୁ ଅଧିକାରୀ ଅନୁମତି ନ ଦେଲେ ଅପରାଧୀ ଗିରଫ ହୋଇପାରିବ ନାହିଁ । ୨୪ ବର୍ଷରେ କେତେ କଣ ଘଟିଛି ବିଜେଡି ଆଇନ ଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ସହ ସମାନ ।ଗୋଟିଏ ଲୋକ କଥାରେ ଉଠବସ୍ ହେଉଥିଲା ସରକାର ।ପୋଲିସ ବ୍ୟବସ୍ଥା ପୂରାପୁରି ଭୁଶୁଡ଼ି ପଡ଼ିଥିଲା ।