ତାରିଖ:୧୬/୦୬/୨୫, ସୋମବାର

୧-ସାରା ରାଜ୍ୟରେ ଧୁମଧାମରେ ପାଳିତ ହେଉଛି ରଜପର୍ବ।

୨-ତ୍ବରିତ ବେଗରେ ମାଡ଼ୁଛି ଝାଡ଼ାବାନ୍ତି।ସ୍ଥିତି ଚିନ୍ତା ଜନକ,ନିତି ନୂଆ ହଟ୍ ସ୍ପଟ୍, ଆକ୍ରାନ୍ତ ,୯ ଜିଲ୍ଲାକୁ ମାଡିଗଲାଣି ।ଏବେ ୩ ଜିଲ୍ଲାରୁ ୧୯ ମୃତ୍ୟୁ ଅଭିଯୋଗ।

୩-ଓଡ଼ିଶା ହାଇକୋର୍ଟରେ ବିରଳ ରେକର୍ଡ଼:୧୦ ଦିନରେ ଫଇସଲା ହେଲା ୧୩୦୦ ମାମଲା।

୪-ଭୁବନେଶ୍ୱର:ଆଜି ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ।

୫-ପୁରୀ:ଅଣ ସେବାୟତ ରଥ ଉପରେ ଚଢ଼ିଲେ ଗିରଫ।ରଥରେ ସେବାୟତମାନେ ମୋବାଇଲ ବ୍ୟବହାର କରିପାରିବେନି।

୬-ପୁରୀ: ମହାପ୍ରଭୁଙ୍କ ଅନବସର ସେବା, ଫୁଲୁରି ତେଲ ପହଞ୍ଚିବ ଆଜି।

୭-ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା।

୮-୨୦ରୁ ଖୋଲିବ ସବୁ ବିଦ୍ୟାଳୟ, ସ୍ୱଚ୍ଛତା ଓ ନିରାପଦ ପାନୀୟ ଜଳକୁ ଗୁରୁତ୍ୱ।

୯-ମୟୂରଭଞ୍ଜ:ପଲପଳା ନଦୀରେ ଅଘଟଣ, ଗାଧୋଇବା ବେଳେ ବୁଡ଼ି ୨ ପର୍ଯ୍ୟଟକ ମୃତ।

୧୦-କେନ୍ଦ୍ରାପଡା, ଏଣ୍ଡର ପଞ୍ଚାୟତ, ଶ୍ୟାମସୁନ୍ଦରପୁର:କେନ୍ଦ୍ରାପଡାରେ କଲେରା ଆତଙ୍କ, ଗୋଟିଏ ପରିବାରର ତିନି ଆକ୍ରାନ୍ତ, ମହିଳା ମୃତ।

୧୧-ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ ପୃଥିବୀରାଜ।

୧୨-ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା: ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍।

୧୩-ପାଟଣା:ଦୁଇ ମାସ ପରେ ମାଛଧରା କଟକଣା ହଟିଲା, ମାଛ ଧରିବାକୁ ସମୁଦ୍ରକୁ ବାହାରିଲେ ମତ୍ସ୍ୟଜୀବୀ।

୧୪-ପ୍ରୟାଗରାଜ:UPରେ ବଜ୍ରପାତ ରଚିଲା ବିତ୍ପାତ, ଗୋଟିଏ ପରିବାରର ୪ ମୃତ।

୧୫-କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା,୭ ଜଣଙ୍କର ମୃତ୍ୟୁ। ଦେଢ଼ ମାସରେ ପଞ୍ଚମ ଅଘଟଣ।

୧୬-ନିଆରା ଢଙ୍ଗରେ ପାଳିଲେ ରଜ, ୧୦ ମିଟର କେକ୍ ତିଆରି କରି ପୁଣି ଚର୍ଚ୍ଚାରେ କୋରାପୁଟ ମାଥିଲି ପିଇଓ ଅଶୋକ କୁମାର।

୧୭-ଶିକ୍ଷା କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ବଡ଼ ପଦକ୍ଷେପ: ଜେଇ ଓ ନିଟ୍ ପରୀକ୍ଷା ପାଇଁ ଦିଆଯିବ ମାଗଣା କୋଚିଂ।

୧୮-ପୁଣେରେ ଭୁଶୁଡ଼ିଲା ପାଦଚଲା ପୋଲ: ୨୦ ପର୍ଯ୍ୟଟକ ନିଖୋଜ, ୨ ମୃତ।

୧୯-୮୦ ବର୍ଷ ବୟସରେ ବିଶ୍ଵର ୨ୟ ଧନୀ ହେଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ।

୨୦-IDF ଆକ୍ରମଣରେ ୨୧୫ ଇରାନୀ ନାଗରିକଙ୍କ ମୃତ୍ୟୁ, ତେହେରାନ ଜାଳିଦେବାକୁ ଧମକ ଦେଲା ଇସ୍ରାଏଲ।

୨୧-ଆମେରିକା ଉପରେ ଆକ୍ରମଣ କଲେ ଧ୍ବଂସ କରିଦେବୁ- ଇରାନ ଧମକର ଜବାବ ଦେଲେ ଟ୍ରମ୍ପ।

୨୨-ଅବୁଜା: ନାଇଜେରିଆର ୟେଲେଓ୍ବାଟାରେ ୧୦୦ ଲୋକଙ୍କୁ ଗୁଳିକରି ହତ୍ୟା।

Leave a Reply

Your email address will not be published. Required fields are marked *