
ସେ କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ପାଇଁ ଡିସେମ୍ବର ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ । ସେହିପରି ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ତେଣୁ ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଏଥର ମୋଟ୍ ୧୩୪୯ ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା କରାଯିବ।
ଅନ୍ୟପଟେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲପ ତାରିଖ ଘୋଷଣା କରିଛି ସିଏଚଏସଇ । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ଭିତରେ ଫର୍ମ ଭରିବେ ।ସେହିପରି ଭାବରେ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଅକ୍ଟୋବର ୨୫ ତାରିଖ ଭିତରେ ଫର୍ମ ଭରିବେ ।
