ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ମହତ୍ ଅଭିଯାନରେ ବରିଷ୍ଠ ବିଜେପି ନେତା ତଥା ବାଲେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ଗୌତମ ରାୟ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଏହି ଅବସରରେ ଶ୍ରୀ ରାୟ କହିଥିଲେ ଯେ, ରକ୍ତଦାନ ଏକ ମହତ୍ ମାନବୀୟ ସେବା। ଆବଶ୍ୟକ ସମୟରେ ଜଣେ ରକ୍ତଦାତାଙ୍କ ଦାନ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାଏ। ତେଣୁ ସମାଜରେ ସେବା, ସମର୍ପଣ ଓ ମାନବିକତାର ଭାବନାକୁ ଆହୁରି ବ୍ୟାପକ କରିବା ପାଇଁ ଏଭଳି ଅଭିଯାନ ଅବ୍ୟାହତ ରହିବା ଆବଶ୍ୟକ।
ମେଗା ରକ୍ତଦାନ ଶିବିରରେ ସାମିଲ ହୋଇଥିବା ସମସ୍ତ ରକ୍ତଦାତା, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ଆୟୋଜକମାନଙ୍କୁ ଶ୍ରୀ ରାୟ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *