Oplus_131072

ଯାଜପୁର/ଧର୍ମଶାଳା: ପରାଜୟ ପରେ ଧର୍ମଶାଳା ବିଜେଡି ଗଡ଼ ଭୁଶୁଡ଼ିବା ଆରମ୍ଭ କରିଛି। ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ବକୁ ଭରସା କରି ଏକାଧିକ ସରପଞ୍ଚ, ସମିତିସଭ୍ୟସଭ୍ୟା ବିଜେଡି ସହିତ ଥିବା ଦୀର୍ଘଦିନର ସମ୍ପର୍କ ତୁଟାଇ ଦେଇଛନ୍ତି। ଆଜି ଗୋଟିଏ ଦିନରେ ରସୁଲପୁର ଓ ଧର୍ମଶାଳା ପଞ୍ଚାୟତ ସମିତିର ୧୩ ବିଜେଡି ସମର୍ଥିତ ସମିତିସଭ୍ୟ ଓ ୮ ସରପଞ୍ଚ ବିଜେପି ହାତ ଧରିଛନ୍ତି। ତେବେ ଏପ୍ରକାର ବିପର୍ଯ୍ୟୟ ଯାଜପୁର ଜିଲ୍ଲା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ସଂଖ୍ୟାଧିକ ସମିତିସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଆଡ଼କୁ ବିପଦ ମାଡ଼ିଆସୁଛି। ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ଏକ ପ୍ରକାର ନିଶ୍ଚିତ ହେଉଛି।

ଧର୍ମଶାଳା ନିର୍ବାଚନ ମଣ୍ତଳୀ ବିଜେପିର ଏକ ମିଶ୍ରଣ ପର୍ବ ଆଜି ଜାରକା(କୁମାରୀ)ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ବକୁ ସମର୍ଥନ ଜଣାଇ ୧୩ଜଣ ସମିତିସଭ୍ୟ, ୮ଜଣ ସରପଞ୍ଚ ଓ ବିଜେଡିର ବହୁ ନେତା, କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ରସୁଲପୁର ବ୍ଲକ୍ ନଠୁଆବର ପଞ୍ଚାୟତ ସମିତିସଭ୍ୟ କୁଞ୍ଜଲତା ପଣ୍ତା, ସିଂହାପୁର ପଞ୍ଚାୟତ ସରପଞ୍ଚ ହୃଦାନନ୍ଦ ସାହୁ, ଧର୍ମଶାଳା ବ୍ଲକ୍ ଦେଓଦା ପଞ୍ଚାୟତ ସମିତିସଭ୍ୟ ଅନନ୍ତ ତରାଇ, ଆରୁହାଁ ସମିତି ସଭ୍ୟା ମମତା ମାଝୀ, ପୂର୍ବତନ ସରପଞ୍ଚ ପିତାମ୍ବର ନାୟକ, ମଙ୍ଗଳପୁର ସରପଞ୍ଚ ପ୍ରମୋଦ କୁମାର ଜେନା, ଚହଟା ସରପଞ୍ଚ ସୁମିତ୍ରା ସ୍ବାଇଁ, ସମିତିସଭ୍ୟା ସସ୍ମିତା ନାୟକ, ମିର୍ଜାପୁର ସମିତିସଭ୍ୟଙ୍କ ସ୍ବାମୀ ବୃନ୍ଦାବନ ବେହେରା, ଭବାନୀପୁର ସମିତିସଭ୍ୟା ସରୋଜିନୀ ମହାନ୍ତି, ସୁନ୍ଦୁରିଆ ସରପଞ୍ଚ ନିର୍ମଳ କୁମାର ଦାସ, ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ବାଳ, ବିଜେଡି ପଞ୍ଚାୟତ ସଭାପତି ହେମନ୍ତ ଜେନା, ମହିସରା ସରପଞ୍ଚ ସଫଳା ବେହେରା, ସମିତିସଭ୍ୟ ପବିତ୍ର ବେହେରା, ମଧୁସୂଦନପୁର ସମିତିସଭ୍ୟ ବିଦ୍ୟାଧର ମଲିକ, ହରିଦାସପୁର ସରପଞ୍ଚ ବିକ୍ରମ ବିଶ୍ବାଳ, ସମିତିସଭ୍ୟା ସବିତା ସାମଲ, ବିଜେଡି ପଞ୍ଚାୟତ ସଭାପତି ଡ. ସିତାଂଶୁ ଶେଖର କର, ଗଙ୍ଗାଧରପୁର ସମିତିସଭ୍ୟା ତିଳୋତ୍ତମା ବରାଳ, କ୍ଷେତ୍ରପାଳ ନାଏବ ସରପଞ୍ଚ ସୁବାସ ଚନ୍ଦ୍ର ଜେନା, ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତିରଂଜନ ବେହେରା, ଜିଲ୍ଲା ଛାତ୍ର ସମ୍ପାଦକ ସପ୍ତସାଗର ଦାସ, ସ୍ବାଗତ ଦାସ, ପ୍ରତାପ ଦାସ, ଦେବବ୍ରତ ରାଉତ, ଶୈଳେନ୍ଦ୍ର ସାହୁ, ଅଭିଜିତ ଭୂୟାଁ, ସରୋଜ ସାହୁ, ବିଜେଡି ନେତା କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଅନ୍ୟ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

ନବାଗତମାନଙ୍କୁ ବିଧାୟକ ଶ୍ରୀ ସାହୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ବିଜେପି ଯୁବନେତା ସବ୍ୟସାଚୀ ସୁନ୍ଦରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଜେପି ନେତା ସର୍ବେଶ୍ବର ବେହୁରା, ଶ୍ରୀକାନ୍ତ ସାହୁ, ଉପେନ୍ଦ୍ର କର, ପ୍ରକାଶ ସାମଲ, ଅଧରକାନ୍ତ ଜେନା ଓ ଆଲୋକ ଲେଙ୍କା ସଂଚାଳନ କରିଥିଲେ। ଯୁବନେତା ସିବୁଲି ଧୀର, ନାରାୟଣ ମଲିକ, ରବୀନ୍ଦ୍ର ବରାଳ, ରାଜେଶ କୁମାର ପାଳ, ଗୌତମ କୁମାର ସାହୁ, ବିଶ୍ବଜିତ ପୃଷ୍ଟି, ସୁଧୀର ବେହେରା, ଅଂଶୁମାନ ରଥ, ରାଜକିଶୋର ସ୍ବାଇଁ, ଲୋକନାଥ ମହାନ୍ତି, ବିଭୁରଂଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *