ବେଲଗାମ ଘରୋଇ ହଷ୍ଟେଲ ଭଡ଼ା: ପ୍ରଶାସନର ନିୟନ୍ତ୍ରଣ ନାହିଁ, ମାଲିକ ମାଲେମାଲ୍‌

ଟଙ୍କା ନେଉଛନ୍ତି, ସେବା ଦେଉନାହାନ୍ତି,

ଭୁବନେଶ୍ୱର: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉ ଅଥବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ, ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଭୁବନେଶ୍ବରମୁହାଁ ହେଉଛନ୍ତି। ମାତ୍ର ସେମାନଙ୍କ ରହିବା ପାଇଁ ସହରରେ ଯଥେଷ୍ଟ ହଷ୍ଟେଲ ନାହିଁ। କେତେକ ସରକାରୀ ଶିକ୍ଷାନୁଷ୍ଠାନରେ ହଷ୍ଟେଲରେ ରହିଥିଲେ ମଧ୍ୟ ସେଥିରେ ଆବଶ୍ୟକୀୟ ସିଟ୍‌ ନାହିଁ। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ବାଧ୍ୟ ହୋଇ କ୍ୟାମ୍ପସ ବାହାରେ ହଷ୍ଟେଲ କିମ୍ବା ପେଇଙ୍ଗ୍‌ ଗେଷ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଆଉ ଏହାର ଫାଇଦା ନେଇ ହଷ୍ଟେଲ ମାଲିକମାନେ ଏବେ ପ୍ରତିବର୍ଷ ଘର ଭଡ଼ା ବଢ଼ାଇ ଚାଲିଛନ୍ତି। କେହି କେହି ଆଗୁଆ ଦୁଇ ମାସର ଭଡ଼ା ନେଇଯାଉଛନ୍ତି। କେଉଁଠି ବେଡ୍‌ ଅନୁଯାୟୀ ଭଡ଼ା ବଢ଼ୁଛି ତ ଆଉ କେଉଁଠି ଘରର ଆକାର ହିସାବରେ। ଖାଦ୍ୟ ନିମ୍ନ ମାନର ଦେଉଛନ୍ତି ତ କେଉଁଠି ପରିମାଣ କମ ଦେଉଛନ୍ତି ।ତାପରେ ମଧ୍ୟ ଅଧିକାଂଶ ହଷ୍ଟେଲରେ ସୁରକ୍ଷା ଓ ସ୍ୱଚ୍ଛତା ବ୍ୟବସ୍ଥା ଠିକ୍‌ ରହୁ ନାହିଁ। ହଷ୍ଟେଲ୍‌ରେ ଗାଡ଼ି, ସାଇକେଲ ରଖିବାକୁ ଜାଗା ନ ଥିବାରୁ ଛାତ୍ରଛାତ୍ରୀ ହଇରାଣ ହେବାକୁ ପଡ଼ୁଛି। ପ୍ରତ୍ୟେକ ଘରୋଇ ହଷ୍ଟେଲକୁ ପ୍ରଶାସନ ନଜରରେ ରଖିବାକୁ ଅଭିଭାବକ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *