Sulagna Speaks : ଦୀପାବଳୀ ବା ଅନ୍ୟ ପର୍ବପର୍ବାଣି ସମୟରେ କୃଷି ବିଭାଗର କୌଣସି ଅଧିକାରୀ ଓ କର୍ମଚାରୀ ଉପହାର ଗ୍ରହଣ କରିବେ ନାହିଁ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇସେ ଏକ ସର୍କୁଲାର ଜାରି କରିଛନ୍ତି।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଅନୁଯାୟୀ ସାଧାରଣତଃ ପର୍ବପର୍ବାଣି ସମୟରେ ବିଭିନ୍ନ ବ୍ୟକ୍ତି ବା ସଂଗଠନ ଉପହାର ଦେବାର ନଜିର ରହିଛି। ଏପରି ପ୍ରଚଳନ ଆମର ନିରପେକ୍ଷତା ଓ ସତ୍ୟନିଷ୍ଠା ସମ୍ବନ୍ଧରେ ଭ୍ରମ ସୃଷ୍ଟି କରିପାରେ। ଏଣୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କେହି ଅଧିକାରୀ ବା କର୍ମଚାରୀ କୌଣସି ବ୍ୟକ୍ତି ବା ଏଜେନ୍ସି ଠାରୁ ‌ଉପହାର ଗ୍ରହଣ କରିବେ ନାହିଁ। ଯେଉଁମାନେ ଏଭଳି ଉପହାର ଗ୍ରହଣ କରିବେ, ସେମାନେ ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବା ପରିଗଣିତ ହେବା ସହ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ବିବେଚିତ ହେବେ। ଅନ୍ୟ ପକ୍ଷରେ ଝାଡ଼ଖଣ୍ଡର ଜଣେ ଝିଅ ମାତ୍ର ୨୧ ବର୍ଷରେ ଜେପିଏସସି ପରୀକ୍ଷା କ୍ଲିୟର୍ କରି ଅଧିକାରୀ ହେଲେ । କିନ୍ତୁ ପ୍ରଥମ ପୋଷ୍ଟିଙ୍ଗର ପ୍ରଥମ ଦିନରେ ୧୦ ,୦୦୦ ଟଙ୍କା ଲାଞ୍ଚ ନେଇ ପରିବାରର ଗର୍ବକୁ ନିମିଷକ ମଧ୍ୟରେ ମାଟିରେ ମିଶାଇ ଦେଲେ । ମିତାଲୀ ଶର୍ମା ନାମକ ଏହି ଲେଡି ଅଫିସରଙ୍କୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଏସିବି ଟିମ୍ ।ସେହିପରି ଓଏଏସ୍ ଟପର୍ ବି ଲାଞ୍ଚ ନେବାରେ ଟପର୍ ହେବାକୁ ଆଗ୍ରହ ରଖନ୍ତି !
ଏକ ଜମିଜମା ଦାଖଲ ଖାରଜ ମାମଲାର ସମାଧାନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମ୍ବଲପୁର ଜିଲ୍ଲା ବାମରା ତହସିଲର ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ! ଉଲ୍ଲେଖଯୋଗ୍ୟ ଯେ ସେ ୨୦୧୯ ମସିହାରେ ଓଏଏସ୍ ଟପର ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଥିଲା ! ଆଜିର ଘଟଣା ପାଇଁ ତାଙ୍କ ଉପରେ ଯେଉଁ ନିନ୍ଦା ବର୍ଷଣ ହେବ, ସେହି କଳାଦାଗକୁ ଆଉ କଣ ସେ ଜୀବନବ୍ୟାପୀ ଲିଭାଇ ପାରିବେ ? ତମ ଶିକ୍ଷାକୁ ଧିକ। ଛି…..ଲଜ୍ଜ୍ୟା
ଆମେ କେବଳ ଚାକିରୀ କରିବା ପାଇଁ ଶିକ୍ଷିତ ନହୋଇ ବିବେକ ଓ ବିଚାର ରେ ଶିକ୍ଷିତ ହେବା ଉଚିତ।

Leave a Reply

Your email address will not be published. Required fields are marked *