Sulagna Mohanty: ଛୋଟିଆ ପକ୍ଷୀଟିଏ ନିଜ ଥଣ୍ଟରେ ସମୁଦ୍ରରୁ ପାଣି ଆଣି ପଦାରେ ପକାଇ ଦେଉଥିଲା । ତାକୁ ଦେଖି ଆଉଗୋଟିଏ ପକ୍ଷୀ ପଚାରିଲା ” ଭାଇ ତୁ ଏ କଣ କରୁଛୁ ?” ପକ୍ଷୀଟି କହିଲା ,”ଏହି ସମୁଦ୍ର ମୋର ଛୁଆଙ୍କୁ ଭସାଇ ନେଇଛି , ମୁଁ ୟାକୁ ଶୁଖାଇ ଦେବି।”
ଦ୍ଵିତୀୟ ପକ୍ଷୀଟି କହିଲା ,”ସାରା-ଜୀବନ ଏହିପରି କଲେ ବି ତୁ କଣ ସମୁଦ୍ରକୁ ଶୁଖାଇପାରିବୁ !”
ପ୍ରଥମ ପକ୍ଷୀଟି କହିଲା ଭାଇ ,ମୋତେ ସାହାଯ୍ୟ କରିବୁ ତ କର ,ଖାଲିରେ ଉପଦେଶ ଦିଅ ନାହିଁ ”
ଏହିଭଳି ଅନେକ ପକ୍ଷୀ ଆସିଲେ ,ସମସ୍ତେ ଏକକୁ ଆରେକ କହୁଥାନ୍ତି ,” ଉପଦେଶ ନୁହେଁ , ସାଥୀ ଆବଶ୍ୟକ ଅଛି । ଏମିତି ଭାବରେ ହଜାର ହଜାର ପକ୍ଷୀ କାମରେ ଲାଗିଗଲେ।
ଦେଖୁ ଦେଖୁ ବିଷ୍ଣୁଙ୍କ ବାହନ ପକ୍ଷୀରାଜ ଗରୁଡ ଏହି ଖବର ପାଇ ସେହି ସ୍ଥାନକୁ ଯିବାପାଇଁ ବାହାରିଲେ।
ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ କହିଲେ ,”ତୁମେ ସେଠାକୁ ଗଲେ ମୋର କାମ ଅଟକିଯିବ।ଏମିତିବି ତୁମେ ପକ୍ଷୀ ମାନେ ମିଶିକି ଚେଷ୍ଟା କଲେବି ସମୁଦ୍ରକୁ ଶୁଖାଇ ପାରିବନି । ‘
ଗରୁଡ଼ କହିଲେ, ” ପ୍ରଭୁ , ଉପଦେଶ ନୁହେଁ , ଆମ ସାଥ ଦିଅନ୍ତୁ।”
ମହାପ୍ରଭୁ ବିଷ୍ଣୁ ଯେତେବେଳେ ପକ୍ଷୀରାଜ ଗରୁଡ଼ଙ୍କ ଅନୁରୋଧରେ ସମୁଦ୍ରକୁ ଶୁଖାଇବାକୁ ଆସିଲେ , ସମୁଦ୍ର ଡରିଗଲେ ଏବଂ ପକ୍ଷୀଟିର ଶାବକ ମାନଙ୍କୁ ଫେରାଇଦେଲେ।
ଏଣୁ ଆଜ୍ଞା ,କୌଣସି ହାଲତରେ
ଉପଦେଶ ନୁହେଁ, ସାଥ ଦିଅନ୍ତୁ , ସାହାଯ୍ୟ କରନ୍ତୁ ।
