sulagna speaks: ରଘୁ ଦହିବରା
କଟକର ସୁପରିଚିତ ଚେହେରା ତଥା ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗ ଖବର ଶୁଣି ସମସ୍ତେ ଦୁଃଖିତ ଓ ମର୍ମାହତ । ସେ ‘ରଘୁ ଦହିବରା’ ନାମରେ ଲୋକପ୍ରିୟ ଥିଲେ । କଟକ ଦହିବରାକୁ ଏକ ବିଶେଷ ପରିଚୟ ଦେବାରେ ତାଙ୍କର ଭୂମିକା ଥିଲା ସ୍ୱତନ୍ତ୍ର । କଟକ ଦହିବରା-ଆଳୁଦମକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧ ଓ ପରିଚିତ କରାଇବାରେ ମୁଖ୍ୟ ପୁରୋଧା, ଯାହାଙ୍କ ନାମରେ ପ୍ରସିଦ୍ଧ “ରଘୁ ଦହିବରା”- କଟକ, ବିଡାନାସୀ, ଗୋପାଳସାହି ଅଞ୍ଚଳର ବିଶିଷ୍ଟ ଦହିବରା ବ୍ୟବସାୟୀ ରଘୁନାଥ ସାସମଲ (ରଘୁ) ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ, ଆଜି ୯୧ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ତ ଚିରନ୍ତନ ସତ୍ୟ କିନ୍ତୁ ବହୁତ କମ ଲୋକଙ୍କୁ ମୃତ୍ୟୁ ପରେ ଏ ମାଟି ଝୁରେ ଏ ମଣିଷ ଝୁରେ। ଯେମିତି ଆଜି ରଘୁ ସାମଲ(ରଘୁ ମଉସା) ଙ୍କୁ କଟକ ଝୁରୁଛି ଏ ରାଜ୍ୟ ଝୁରୁଛି। ପ୍ରାୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର social platform ରେ ଶୋକ ପ୍ରକାଶ କରିଛନ୍ତି। ମୁଁ ବି ଏଇ କେଇ ବର୍ଷ ହେଲା କଟକରେ ରହିବା ଭିତରେ ତାଙ୍କର ଦହିବରା ଖାଇଛି। ପ୍ରତ୍ୟେକଙ୍କ ପାଇଁ ରଘୁ ଦହିବରା ଖାଲି ଏକ ଖାଦ୍ୟ ନଥିଲା, ତାହା ଥିଲା ଏକ ଅନୁଭୁତି ।କେଇ ବର୍ଷ ହେଲା ସେ ନିଜେ କିଛି କରୁ ନଥିଲେ ତାଙ୍କ ପିଲା ମାନେ ସେ ବ୍ୟବସାୟ କରୁଥିଲେ ବି ସେ ସେଠାରେ ବସି ରହୁଥିଲେ। ମୁଖ୍ୟ କଥା ହେଲା ତାଙ୍କ ଦହିବରା ଟିକେ ରାଗ ରହୁଥିଲା ଓ ରାଗ କୁ ପ୍ରଶମିତ କରିବା ପାଇଁ ପେଡା ବି ଦେଉଥିଲେ। ଏହା ଥିଲା ତାଙ୍କର ଆନ୍ତରିକତା। ଆଜିର ଦିନରେ ଆମେ ଯେତେବେଳେ ନିଜକୁ ପ୍ରତିପାଦିତ କରିବା ପାଇଁ ଏକ ବଡ଼ platform କୁ ଅପେକ୍ଷା କରୁଛନ୍ତି କିନ୍ତୁ ସେ ଏକ ଛୋଟ ବ୍ୟବସାୟରୁ ନିଜକୁ ପରିଚିତ କରିପାରିଥିଲେ। ଆମେ ଯଦି ନିଷ୍ଠାର ସହ ଅଧ୍ୟବସାୟ ଜାରି ରଖିବା ସଚ୍ଚୋଟ ସହ ବଞ୍ଚି ଶିଖିବା platform ର ଫରକ ପଡିବ ନାହିଁ।ଏହା ହିଁ ହେବ ରଘୁ ମଉସାଙ୍କ ପରି ଲୋକଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
