Sulagna Speaks:

ସମ୍ବେଦନା ଓ ସମବେଦନା ନାମରେ ରାଜନୀତି ଚାଲିଛି । ମୃତ୍ୟୁକୁ ଢାଲ କରି ନିଜ ନିଜର ରାଜନୈତିକ ସ୍ବାର୍ଥ ହାସଲରେ ଲାଗିଛନ୍ତି ରାଜନେତା ଓ ରାଜନୈତିକ ଦଳ | ତେବେ ସାହସକିତାର ପ୍ରଦର୍ଶନ କରି ହୁ ହୁ ହୋଇ ଜଳୁଥିବା ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କ ପାଇଁ କେଉଁଠି ରହିଛି ଶ୍ରଦ୍ଧା? କେଉଁଠି ଅଛି ସମ୍ମାନ? କାହି ତୁମ ସମବେଦନା ? ଏହି ପୁଅ ଏବେ ହସ୍ପିଟାଲରେ ଚିକିତ୍ସିତ,ଶରୀରର ୧୫ ପ୍ରତିଶତ ଜଳି ଯାଇଛି କିନ୍ତୁ ଏହି ଜୀବନ୍ତ ଯୋଦ୍ଧା ପାଇଁ ଯେମିତି ମୁହଁ ବନ୍ଦ କରିଦେଇଛି ଏହି ସମାଜ,ରାଜନୈତିକ ଦଳ,ରାଜନେତା,ଏ ସରକାର ସର୍ବୋପରି ସମାଜର ଜାଗ୍ରତପ୍ରହରୀ ଗଣମାଧ୍ୟମ | ତେବେ ଯିଏ ଜୀବନ ଦେଇ ଅନ୍ୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରେ, ସେ କେବଳ ମଣିଷ ନୁହେଁ — ସେ ଏକ ଜୀବନ୍ତ ପ୍ରେରଣା !!

ଏଇଭଳି ତ ଆମ ସମ୍ବେଦନଶୀଳତା ଆଉ
ସୌମ୍ୟାଶ୍ରୀ ଆତ୍ମାହୁତି ଦେଇ ପରପାରିକୁ ଚାଲିଗଲେ ! ତାଙ୍କ ପାଇଁ ବିଭିନ୍ନ ଆଡୁ ତୁଚ୍ଛା ସମବେଦନାର ସୁଅ ଛୁଟିଲା ! ମାତ୍ର ସୌମ୍ୟାଶ୍ରୀ ଯେତେବେଳେ ନିଜ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଗୋଟା ପଣେ ଜଳୁଥିଲେ, ସେତେବେଳେ ସେଠାରେ ଏବେ ତାଙ୍କ ପ୍ରତି ସମବେଦନା ଦେଖାଉଥିବା ଆମମାନଙ୍କ ମଧ୍ୟରୁ କେହି ଜଣେ ନ ଥିଲେ ! କଲେଜ ପରିସରରେ ସେତେବେଳେ ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ବି ସେମାନେ ସୌମ୍ୟାଶ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସି ନ ଥିଲେ ! କେବଳ କଲେଜର ଏଇ ଏକମାତ୍ର ଛାତ୍ର ସୌମ୍ୟ ହିଁ ନିଜ ଦେହରୁ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କ ଶରୀରରେ ଘୋଡ଼ାଇ ନିଆଁ ଲିଭାଇବାକୁ ଉଦ୍ୟମ କରି ଅଧା ପୋଡ଼ି ହୋଇ ଯାଇଛନ୍ତି ! ସେ ଏବେ ବାଲେଶ୍ୱର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ! ତେବେ ସୌମ୍ୟଙ୍କ ଭଳି ଜଣେ ଦରଦୀ ଓ ସାହସୀ ଛାତ୍ରଙ୍କ ପ୍ରତି କାହିଁ କେହି ଜଣେ ହେଲେ ତ ସମ୍ବେଦନଶୀଳତା ପ୍ରକାଶ କରୁନାହାଁନ୍ତି ? ଓଃ ଇଏ ପା ଏଯାଏଁ ବଞ୍ଚି ରହିଛନ୍ତି, ମରିଗଲେ ସିନା ସମ୍ବେଦନଶୀଳତା ପ୍ରକାଶ ପାଇବ ! ସୌମ୍ୟଙ୍କ ଭିତରେ ଥିବା ମଣିଷ ପଣିଆକୁ ମୁଁ ସାଲ୍ୟୁଟ୍ କରିବା ସହିତ ତାଙ୍କର ଆଶୁ ସୁସ୍ଥତା କାମନା କରୁଛି !

Leave a Reply

Your email address will not be published. Required fields are marked *