sulagna speaks:
ଜୀବନଯାକର ସଂଚିତ ଧନ, ଦାନ କରିଦେବେ ଶତାୟୁ ଡାକ୍ତର ! ନିଜ ୧୦୦ ତମ ଜନ୍ମଦିନରେ ୩ କୋଟି ୪୦ ଲକ୍ଷ ଟଙ୍କା ଏମ୍ସକୁ ଦାନ କରିବାକୁ ଘୋଷଣା କରିଛନ୍ତି ବ୍ରହ୍ମପୁରର ସୁନାମଧନ୍ୟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ,ଡାକ୍ତର ଲକ୍ଷ୍ମୀ ବାଇ। କଟକ SCB, ପ୍ରଥମ ବ୍ୟାଚ୍ ର ଛାତ୍ରୀ ଥିଲେ ସେ। ଆସନ୍ତା ୫ ତାରିଖ ଦିନ ନିଜ ୧୦୦ ତମ ଜନ୍ମଦିନ ଅବସରରେ ସେ ଏହି ଅର୍ଥ ରୋଗୀଙ୍କ ଚିକିତ୍ସା ପାଇଁ ଦାନ କରିବାକୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରି ସାରିଛନ୍ତି। ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରୀ । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି । ଆସନ୍ତା ୫ ତାରିଖରେ ସେ ଶତବାର୍ଷିକୀ ପାଳନରେ ଏହା ଘୋଷଣା କରିବେ । ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ୱାସ୍ଥ୍ୟସେବାରେ ଦାନ କରି ସେ ଅତ୍ୟନ୍ତ ଖୁସି । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍ସକୁ ଦାନ କରିଥିବା କହିଛନ୍ତି । ଡାକ୍ତର କେ. ଲକ୍ଷ୍ମୀ ବାଇ ୩୬ ବର୍ଷରୁ ଅଧିକ ସମୟ ଧରି ସରକାରୀ ସେବାରେ କାର୍ଯ୍ୟ କରିଥିଲେ | ତାଙ୍କର ସାରା ବୃତ୍ତିଗତ ଜୀବନରେ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ତାଙ୍କ ନିବେଦନ ଏବଂ ଦୟା ପାଇଁ ସେ ଜଣାଶୁଣା। ଏ ମହାନ୍ ମହିଳା ଡ଼ାକ୍ତରଙ୍କୁ କୋଟି ପ୍ରଣାମ 🙏🏻
