ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି ନେଇ ସୂଚନା ମିଳିଛି । ଆସନ୍ତାବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ । ଏହା ସହ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ୍ଣ ନିଷେଧ କଲେ ହାଇକୋର୍ଟ । ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା କରୁଛି ପ୍ରଶାସନ ।