ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ମୋଦି । ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦବୋଧନ ଦେବେ ।

ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ ବଡ ଶିଳ୍ପସଂସ୍ଥାର ସି.ଇ.ଓ ମାନଙ୍କ ରାଉଣ୍ଡ ଟେବୁଲ, ଓଡିଆ ଉଦ୍ୟୋଗୀମାନଙ୍କ ସ୍ୱତନ୍ତ୍ର ସେସନ୍ ଏବଂ ମହିଳା ବିଜନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ‘ସୁଭଦ୍ରାରୁ ମୁଦ୍ରା’ ନାଁରେ ଓଡ଼ିଆ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ସ୍ୱତନ୍ତ୍ର ସେସନ୍ ।

୨ ଦିନ ଧରି ଚାଲିବ ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ ସେସନ, ୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ସହ ୨୮ରୁ ୩୦ ଶିଳ୍ପ ପ୍ରଦର୍ଶନୀ ହେବ । ବଡ଼ ବଡ଼ ଶିଳ୍ପ ସଂସ୍ଥାର ସିଇଓଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରାଉଣ୍ଡ ଟେବୁଲ ହେବ ।

Leave a Reply

Your email address will not be published. Required fields are marked *