ନୂଆଦିଲ୍ଳୀ: ରାସ୍ତାରେ ଡାକ୍ତରଙ୍କ ରୋଗୀ ସେବା । କୋଲାକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଏପରି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜୁନିୟର ଡାକ୍ତର। ଦିଲ୍ଲୀର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ୟ୍ୟାଳୟ ଆଗରେ ଥିବା ନିର୍ମାଣ ଭବନ ସମ୍ମୁଖ ରାସ୍ତାରେ ଓପିଡି ସେବା ଯୋଗାଇ ଦିଆଯିବ ବୋଲି ରେସିଡେଂଟ ଡକ୍ଟର ଆସୋସିଏସନ କହିଛି। ଦାବି ଗୁଡ଼ିକର ସମାଧାନ ହୋଇନଥିବାରୁ ସର୍ବସମ୍ମତିକ୍ରମେ ଧର୍ମଘଟ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।

ତେବେ ନିର୍ମାଣ ଭବନ ବାହାରେ ରୋଗୀଙ୍କୁ ଓପିଡି ସେବା ଯୋଗାଇ ଦେବା ବେଳେ ହସ୍ପିଟାଲରେ ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ବୋଲି କୁହାଯାଇଛି। ଏହା ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ କରିଥିଲେ ଜୁନିୟର ଡାକ୍ତର। ଯାହା ଶନିବାର ସକାଳ ୬ଟାରୁ ଆରମ୍ଭ ହୋଇ ରବିବାର ସକାଳ ୬ଟାରେ ଶେଷ ହୋଇଥିଲା। ହସ୍ପିଟାଲକୁ ସେଫଜୋନ କରି ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନରତ ଡାକ୍ତରମାନେ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *