ନୂଆ ବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର।ପିଏମ୍ ଫସଲ ବୀମା ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର। ଫସଲ ବୀମା ଯୋଜନାକୁ କୃଷକଙ୍କ ପାଇଁ ଅଧିକ ଆକର୍ଷକ କରିବା ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ନେଇ ଆଜି କ୍ୟାବିନେଟରେ ନିଷ୍ପତ୍ତି ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି କାରଣରୁ ୨୦୨୫-୨୬ ପର୍ଯ୍ୟନ୍ତ ଦେଶ ସାରା ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା ଫସଲ କ୍ଷତି ବାବଦକୁ ସହାୟତା ମିଳିପାରିବ ବୋଲି ଆଶା କରାଯାଉଛି।
ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପିଏମ୍ ଫସଲ ବୀମା ଯୋଜନାର ବ୍ୟୟ ଅଟକଳକୁ ମଧ୍ୟ ବଢ଼ାଇ ୬୯ ହଜାର ୫୧୫ କୋଟି କୋଟି ଟଙ୍କା କରିଛନ୍ତି। ଏହାଦ୍ବାରା ୪ କୋଟି ଚାଷୀ ଉପକୃତ ହେବେ। ପ୍ରଯୁକ୍ତି ସାହାଯ୍ୟରେ ଖୁବ୍ ଶୀଘ୍ର ଆସେସମେଣ୍ଟ ଏବଂ କ୍ଲେମ ସେଟଲମେଣ୍ଟ ହେବ। ଏହା ସହ DAP ଉପରେ ମଧ୍ୟ ଅତିରିକ୍ତ ସବସିଡି ମିଳିବ।
